ଚେନ୍ନାଇ : ତାମିଲନାଡୁରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତଙ୍କ ଶରୀର ଏତେ ଖରାପ ଭାବରେ ଜଳିଯାଇଛି ଯେ ସେମାନଙ୍କର ଶବକୁ ଚିହ୍ନଟ କରିବାକୁ ଡିଏନ୍ଏ ଟେଷ୍ଟ ହେବ ବୋଲି କୁହାଯାଉଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।