ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର-୨୦୨୨”

0 100

ସୋନପୁର : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ନୁଆଁଦିଲ୍ଲୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ନୂଆଁଦିଲ୍ଲୀ, ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ୱର ଆନୁକୁଲ୍ୟରେ ପଏଁରୀ ସୁବର୍ଣ୍ଣପୁର ପକ୍ଷରୁ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରଙ୍କ ମିଳିତ ସହଯୋଗରେ ଭୀମଭୋଇ କଳା ମଣ୍ଡପରେ ପାଳନ ହେବ ଜାତୀୟ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” । କରୋନା କଟକଣା ଯୋଗୁଁ ଏ ବର୍ଷ ଜିଲ୍ଲା ବାହାର ତଥା ହରିଆଣା, ମଧ୍ୟପ୍ରଦେଶର, କଲିକତା ଓ ଛତିଶଗଡର କଳାକାରମାନେ ବାଦ ପଡିବେ ପଏଁରୀ ତିହାର-୨୦୨୨ରେ । ତିନି ଦିନ ହେବାକୁ ଥିବା ସାଂସ୍କୃୁତିକ କାର୍ଯ୍ୟକ୍ରମ କେବଳ ଗୋଟିଏ ଦିନ ଜାନୁୟାରୀ ୦୧ ତାରିଖ ପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

hiring

ପଏଁରୀ ଅନୁଷ୍ଠାନର ଅଫିସ ଗୃହରେ ଅନୁଷ୍ଠିତ ପଏଁରୀ ତିହାର କୋର କମିଟି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂପାଦକ ଚୌଧୁରୀ ବିଭାର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା କମି ନ ଥିବା ଯୋଗୁଁ ସରକାରଙ୍କ ଗାଇଡଲାଇନ ଅନୁସାରେ ପାଳନ ହେବ ପଏଁରୀ ତିହାର । କୋଭିଡ କଟକଣାକୁ ମାନି ଗୋଟିଏ ଦିନ କାର୍ଯ୍ୟକ୍ରମ କରିବାକୁ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ ଓ ଲକ୍ଷ୍ମୀନାରାୟଣ ମେହେର ଓ ଅନ୍ୟମାନେ ମଧ୍ୟ ମତ ରଖିଥିଲେ । ଅନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ମାଁ ସୁରେଶ୍ୱରୀଙ୍କଠାରେ ପୂଜାଅର୍ଚ୍ଚନା ସହିତ ଶୋଭାଯାତ୍ରା ଏବଂ “ଗଣ୍ଡାବଜାର ଉତ୍ପତି ଓ ବର୍ତମାନ ସ୍ଥିତି : ସମୀକ୍ଷା /ଅନୁଶୀଳନ/ ଆଲୋଚନା” ସେମିନାର ଓ କର୍ମଶାଳା କରିବାପାଇଁ ଅଧିକାଂଶ ଆଗ୍ରହ ରଖିଥିଲେ ।

ଜିଲ୍ଲାର କଳାକାରମାନଙ୍କୁ ନେଇ ପାରମ୍ପରିକ ଲୋକଗୀତ ସହିତ ଜିଲ୍ଲା ବାହାର କଳାକାରମାନେ ମଧ୍ୟ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିବା କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । ଯେଉଁମାନେ କଳା ସଂସ୍କୃତି ପାଇଁ ଜୀବନ ବ୍ୟାପି ସାଧନା କରିଛନ୍ତି ସେମାନଙ୍କୁ ପଏଁରୀ ସମ୍ମାନରେ ସମ୍ମାନିତ କରାଯିବ । ଏହି ବୈଠକରେ ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଂସ୍କୃତିକ ସଂଯୋଜକ ସନ୍ତୋଷ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସହ ସଂପାଦକ ପୃଥିରାଜ ବାଗ୍‌ ସହିତ ସଦସ୍ୟ ଗୋପାଳ ମେହେର, ସୁଶାନ୍ତ ସାହୁ, ସୋମ୍ୟରଂଜନ ସେଠି, ସନ୍ତୋଷ କୁମାର ପାଢ଼ୀ, ବିନୋଦ ମେହେର ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

twelve − 4 =