ସମ୍ବଲପୁର: ସ୍ଥାନୀୟ ବୁର୍ଲା ଥାନା ଅନ୍ତର୍ଗତ ସିକିର୍ଡିଠାରେ ସ୍ଥାପିତ ଜଳ ବିଶୋଧନ ପ୍ଲାଣ୍ଟରେ ଚାରି ଦିନ ପୂର୍ବେ ଘଟିଥିବା ଏକ ଚୋରି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଜବତ କରିଛି । ଏ ବିଷୟରେ ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଘଟଣା ସମ୍ପର୍କରେ ନନ୍ ରିପୋର୍ଟ ପରେ କିଛି ଲୋକଙ୍କୁ ଅଟକାଇ ପଚରାଉଚରା ଓ ତଦନ୍ତ ପାଇଁ ତିନୋଟି ଟିମ୍ ଗଠନ କରାଯାଇଥିଲା ଓ ସେମାନଙ୍କ ସଫଳତା ଯୋଗୁଁ ମାମଲାର ପର୍ଦ୍ଦାଫାଶ ହୋଇପାରିଛି । ଗିରଫ ପରେ ଆଜି ୯ଜଣ ଅଭିଯୁକ୍ତଙ୍କୁ ଅଦାଲତି ସଂରକ୍ଷଣ ରେ ଜେଲ ପଠାଯାଇଛି । ସେମାନଙ୍କ ଚିହ୍ନଟ ଚିତ୍ତରଞ୍ଜନ ମହତ୍ତ୍ୱ (୫୬), ପିଣ୍ଟୁ ଭୋଇ(୨୮), କାହ୍ନା ବେହେରା (୨୩), ଧୀରେନ୍ଦ୍ର କଣ୍ଟା(୨୬), ଯୋଗେଶ ବାରିକ (୨୪), କ୍ଷୀରୋଦ ମାଣ୍ଡିଆ (୨୯), ଦେବେନ୍ଦ୍ର ଠେକୁଆର (୩୪), ଦୀପକ ଠେକୁଆର (୨୫) ଓ ଅଜୟ ମାଝୀ (୨୭) ରୂପେ କରାଯାଇଛି ।