ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପାଳନ

0 79

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ କରାଯିଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ପତାକା ଉତ୍ତୋଳନ କରାଯିବ ସହିତ ଏକ ବିରାଟ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ରାଧାରାଣୀ କଲ୍ୟାଣ ମଣ୍ଡପରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାସରଥି ଗମାଙ୍ଗ, ଉପସଭାପତି ବସନ୍ତ କୁମାର ପଣ୍ଡା, ଜୟମହନ ରାଓ, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଂପାଦକ ସଂଜୟ ଅଧିକାରୀ, ଗରୁଡ଼ ଚୈଧୁରୀ, ଅଭିମନ୍ୟୁ ପଣ୍ଡା, ରାମ ପ୍ରଶାଦ ପଟ୍ଟନାୟକ, ଗୁମ୍ମା ବ୍ଲକର ଚେରମେନ ଗୀତା ଭୂୟାଁ, ନୁଆଗଡ ବ୍ଲକ ଚେରମେନ ଗୁଡ଼ ବାଇ ମଣ୍ଡଳ ମୋହନା ବ୍ଲକ ସଭାପତି ଶଙ୍କର ପ୍ରଧାନ, ଉଦର ଗୀରି ବ୍ଲକର ଲକ୍ଷ୍ମୀ ପାଇକ, ଯାଖବ ମାଝି, ମିନ ମଣ୍ଡଳ, ଲବ ଶବର, ଲଳିତ ମୋହନ ଦଣ୍ଡସେନା ପ୍ରମୁଖ ମଞ୍ଚାସିନ ଥିବା ବେଳେ ସମସ୍ତ ବ୍ଲକ୍‌ ଓ ମ୍ୟୁନିସିପାଲିଟିର ର ସତାଧିକ ନେତା କର୍ମୀମାନେ ଉପସ୍ଥିତିରେ ଆଜିର କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା । ଏହି ଅବସରରେ ଆଗାମୀ ଦିନରେ ହେବାକୁ ଥିବା ତ୍ରିପାକ୍ଷିକ ପଞ୍ଚାୟତ ସମିତି ନୀର୍ବାଚନ ଉପରେ ଆଧାରିତ କରି ଏବଂ ଆଗକୁ ହେବାକୁ ଥିବା ପୌରନିର୍ବାଚନ ଉପରେ ଗୁରୁ ମନ୍ତ୍ର ବିଶୃତ ଭାବେ ଦିଆଯାଇଥିଲା । ଏବଂ କଂଗ୍ରେସ ଦଳର ମାନ ଆଗକୁ ବଢ଼ାଇବା ପାଇଁ ସମସ୍ତ ପଞ୍ଚାୟତ ସମିତି ନୀର୍ବାଚନ ସମସ୍ତ ବ୍ଲକ୍‌ ମାନଙ୍କରେ ସମିତି ମେମ୍ବର, ୱଡମେମ୍ବର, ଜିଲ୍ଲା ପରିଷଦ ସଭ୍ୟ ବିପୁଳ ପରିମାଣର ଦଳ ହାସଲ କରିବ ଏହି ବିଷୟରେ ଆଲୋଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty + fourteen =