ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବାଦଳା କଙ୍ଗ୍ରେସ ଦଳ ତରଫରୁ ବିଜୟ ଉତ୍ସବ ପାଳନ ହୋଇଯାଇଛି। ଚଳିତ ନିର୍ବାଚନରେ ବିଷମ କଟକ ବିଧାନ ସଭାରେ କଙ୍ଗ୍ରେସ ଦଳ ବିଜୟ ଲାଭ କରିଥିବା ବେଳେ ଆଜି ଆମ୍ବାଦଳା କଙ୍ଗ୍ରେସ ଯୁବ ନେତା ଦିନେଶ ନାୟକ, ଦକ୍ଷ କରକରିଆ, ରଜନୀ ପୋଡାଲ ପ୍ରମୁଖଙ୍କ ଆୟୋଜକରେ ଅମ୍ବାଦଳା ସହରରେ ବିଧାୟକ ନୀଳମାଧବ ହିକକାଙ୍କୁ ବିରାଟ ପଟୁଆରରେ ସହର ପରିକ୍ରମା କରାଇବା ସହ ସମ୍ବନ୍ଧନା ଦିଆଯାଇଛି। ପ୍ରଥମେ ସ୍ଥାନୀୟ ଭୈରବ ମନ୍ଦିରରେ ବିଧାୟକ ନିଳମାଧବ ହିକକା ପୂଜାର୍ଚ୍ଚନା କରି ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ମା ପାଇଁ ବୃକ୍ଷ ରୋପଣ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଶହ ଶହ ଦଳୀୟ କର୍ମୀ ଉପସ୍ତିତ ରହି ନବନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କୁ ସମ୍ବର୍ନ୍ଧନା କରିଥିଲେ। ଏହା ପରେ ଦଳୀୟ କର୍ମୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ନର୍ବନିର୍ବାଚିତ ବିଧାୟକଙ୍କୁ ନଗର ପରିକ୍ରମା କରାଇଥିଲେ। ଉକ୍ତ ଶୋଭାଯାତ୍ରା ଅମ୍ବାଦଳା ଭୈରବ ମନ୍ଦିର ନିକଟରୁ ବାହାରି ବଡପଡ଼ା, ପାଇକ ସାହି ଦେଇ ଅମ୍ବାଦଳା ସହର ପରିକ୍ରମା କରିଥିଲା।ଶୋଭାଯାତ୍ରାରେ ମୁନିଗୁଡା ବ୍ଲକ କଙ୍ଗ୍ରେସ ସଭାପତି ନୀଳାମ୍ବର ବିଭାର, ସାଂସଦ ପ୍ରତିନିଧି ମାନସ ବେହେରାଙ୍କ ସହ ବରିଷ୍ଟ କଙ୍ଗ୍ରେସ ନେତା ରାମ ପ୍ରକାଶ କକରଆ, ଗରିବ ଟାକ୍ରି, ପଞ୍ଚାନନ କରକରିଆ, ମୁନିଗୁଡା ଯୁବନେତା ବାଦଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
