ଦେଶରେ ଉପର ମୁହାଁ କରୋନା ଗ୍ରାଫ

0 110

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କରୋନା  ଗ୍ରାଫ । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍‌ ହେଲେ ପରଦିନ ବୃଦ୍ଧି ହେଉଛି। ଆଜି ତିନି ହଜାର ଉପରେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହିଛି । ଦିନକରେ ୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାସହ ୨,୫୮୪ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

hiring

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ ୧୯ ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯,୫୦୯ ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୦.୮୪%ରହିଛି । ଦେଶରେ ଏଯାବତ ୪୨,୬୨,୦୩,୯୪ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ୫,୨୪,୬୪୧ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧, ୯୩,୭୦, ୫୧,୧୦୪ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × three =