ବ୍ୟାଙ୍କ ପାଇଁ ଭିଡା ଟଣା,ଦୋଛକିରେ କର୍ତ୍ତୃପକ୍ଷ !

0 219

ଦଶପଲ୍ଲା : ବାଣିଗୋଛା ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖାକୁ ଗତକାଲି ଚଢେୟାପଲ୍ଲୀକୁ ସ୍ଥାନାନ୍ତର ସମୟରେ ବ୍ୟାଙ୍କକର୍ମଚାରୀ ମାନେ ସ୍ଥାନୀୟ ଜନସାଧାରଣଙ୍କର ବିରୋଧର ସମ୍ମୁଖୀନ ହୋଇଥିଲେ । ଚଢେୟାପଲ୍ଲୀଠାରେ ତୁରନ୍ତ ବ୍ୟାଙ୍କ ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ, ଆଜି ଚଢେୟାପଲ୍ଲୀ ଗ୍ରାମ ପଂଚାୟତ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଥିବା ବେଳେ ବାଣିଗୋଛାରେ ବ୍ୟାଙ୍କ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଅଡ଼ି ବସିଛନ୍ତି । ଯାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଦୋଛକିରେ ପଡ଼ିଛନ୍ତି । ଦଶପଲ୍ଲା ବ୍ଲକ୍‌ର ଚଢେୟାପଲ୍ଲୀଠାରେ ଦୀର୍ଘ ବର୍ଷ ଧରି ୟୁନିୟନ୍‌ ବ୍ୟାଙ୍କ କାର୍ଯ୍ୟ କରି ଆସୁଥିଲା । ପ୍ରାୟ ୨ ବର୍ଷ ହେଲା ଉକ୍ତ ବ୍ୟାଙ୍କକୁ ବାଣିଗୋଛାକୁ ଉଠାଇ ନେବା ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ଚଢେୟାପଲ୍ଲୀ, ଦୁଡ଼ା, କଳସାଖମଣ ଏବଂ ନୂଆଗାଁ ପଞ୍ଚାୟତର ହଜାର ହଜାର ଗ୍ରାହକ ।

hiring

ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଇଁ ହେଉ ଗ୍ରାହକ ଜମା କରି ରଖିଥିବା ଟଙ୍କା ଉଠାଣ ଏବଂ ପ୍ରସୂତିଙ୍କୁ ମିଳୁଥିବା ସରକାରୀ ସହାୟତା ପାଇଁ ଅଂଚଳବାସୀ ବହୁ ସମସ୍ୟା ଭୋଗୁଛନ୍ତି । ଏସବୁ ଅଂଚଳରୁ ଗ୍ରାହକ ୪୦ କିମି ଯିବା ସମ୍ଭବ ହେଉନାହିଁ । ଏପଟେ ଚଢେୟାପଲ୍ଲୀଠାରେ ବିଏସ୍‌ଏନ୍‌ଏଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଥିବା ବେଳେ, ବୁଧବାରଠାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ଖୋଲିବା ଏବଂ ଏଟିଏମ୍‌ ପାଇଁ ଘର ନିର୍ମାଣ ହୋଇସାରିଛି । ଏହା ମଧ୍ୟରେ ତୁରନ୍ତ ବ୍ୟାଙ୍କକୁ ଫେରାଇ ଆଣିବାକୁ ଅଂଚଳବାସୀ ଦାବି କରି ଆସୁଛନ୍ତି ।

ଗତକାଲି ବ୍ୟାଙ୍କକୁ ଚଢେୟାପଲ୍ଲୀକୁ ଫେରାଇ ଆଣିବାକୁ ଦିନ ଧାର୍ଯ୍ୟ ହୋଇଥିଲା । କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବାଣିଗୋଛା ଅଂଚଳର ଅନେକ ଗ୍ରାହକ ଏହାକୁ ବିରୋଧ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ବାଣିଗୋଛା ଅଂଚଳର ଗ୍ରାହକ ବାଣିଗୋଛାରେ ଆଉ ଏକ ଶାଖା ଖୋଲିବା ପାଇଁ ଯୋରଦାର୍‌ ଦାବି କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିବା ବେଳେ କୌଣସି ସମାଧାନ ହୋଇନାହିଁ ।

hiranchal ad1
Leave A Reply

Your email address will not be published.

14 − 13 =