ଡାଇଭର୍ସନ୍‌ ରୋଡ଼ ଧୋଇଯିବା ଘଟଣା: ରାସ୍ତାରେ ସ୍ୱାଭାବିକ ହେଲା ଗାଡ଼ି ଚଳାଚଳ

0 144

ଦାରିଙ୍ଗବାଡି,୧୪/୯: ଲଘୁଚାପ ଜନିତ ବର୍ଷାରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଯାହାରି ଫଳରେ ୫୯ ନଂ ଜାତୀୟ ରାଜପଥରେ ସୋମବାର ଦିନ ମଧ୍ୟାହ୍ନ ସମୟ ଠାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ବାଲିଗୁଡା ଠାରୁ ଦାରିଙ୍ଗବାଡି,ବ୍ରହ୍ମପୁର କୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସୋମବାର ଦିନ ସନ୍ଧ୍ୟା ସମୟରେ ଅସ୍ଥାୟୀ ପୋଲ ସଜଡ଼ା ଯାଇଥିବା ବେଳେ ବର୍ଷା ହେବା ଫଳରେ ଅସ୍ଥାୟୀ ପୋଲ ପୁଣି ସଙ୍ଗେ ସଙ୍ଗେ ଧୋଇ ହୋଇଯାଇଥିଲା । ମଙ୍ଗଳବାର ଦିନ ପୁଣି ଠୀକ ସଂସ୍ଥା କାମ ଆରମ୍ଭ କରି ସନ୍ଧ୍ୟା ସମୟରେ ଅସ୍ଥାୟୀ ପୋଲ ନିର୍ମାଣ କାମ ସାରିଥିଲେ । ଏହାରି ଫଳରେ ଏହି ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ଆଉ କୌଣସି ସମସ୍ୟା ନଥିବା ଜଣାପଡ଼ିଛି । ପୁଣି ୧୭ ତାରିଖ ଦିନ ଲଘୁଚାପ ଜନିତ ବର୍ଷା ରହିଥିବା ବେଳେ ଏହି ଅସ୍ଥାୟୀ ପୋଲ ପୁଣି ଧୋଇ ହୋଇଯିବାର ଭୟ ଅଂଚଳବାସୀ ଙ୍କ ମନରେ ରହିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

eighteen + twenty =