ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଡିଏମ୍‌ଓ ପିଏଚ୍‌

0 223

ସୁବର୍ଣ୍ଣପୁର,୧୪/୯ – ଚାକିରୀ ଚୁକ୍ତି ବୃଦ୍ଧିପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ଚାକିରୀ ଚୁକ୍ତି ବୃଦ୍ଧି କରିବାକୁ ୧୬ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇ ଛପି ରହିଥିବା ସୋନପୁର ଭିଜିଲାନ୍ସ ଟିମ ଡାକ୍ତରଙ୍କ କାବୁ କରିଥିଲା । ଏହା ସହିତ ଡାକ୍ତରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ ନିଜ ପୈତୃକ ଘର କନ୍ଧମାଳ ଥିବା ଘରେ ମଧ୍ୟ ଚଢଉ ଜାରି ରଖିଥିବା ବେଳେ ଡାକ୍ତରଙ୍କୁ ସୋନପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ରଖି ଅଧିକ ଅନୁସନ୍ଧାନ ଜାରିରଖିଥିବା ସୂଚନା ଦେଇଛନ୍ତି ସୋନପୁର ଭିଜିଲାନ୍ସ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏପରି ଲାଞ୍ଚ କାରବାର ନେଇ ଆଗରୁ ବହୁତ ଅଭିଯୋଗ ଥିବାବେଳେ ଭିଜିଲାନ୍ସ ହାତରେ ଜଣେ ସିନିଅର ଅଫିସର ଧରାପଡିଥିବା ଯୋଗୁଁ ଜିଲ୍ଲାର ବୁଦ୍ଧିଜୀବୀ ତଥା ସଚେତନ ବର୍ଗରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

nineteen + 12 =