ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା

0 81

ଭୁବନେଶ୍ୱର : ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ କରାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀଙ୍କର ଫଳାଫଳ ଭଲ ହୋଇଥିଲେବି କେତେକ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ ପରୀକ୍ଷାର ସୁଯୋଗ ଥିବାବେଳେ ଆସନ୍ତା ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବବୋଲି ସିଏଚଏସଇ ପକ୍ଷରୁ କୁହାଯାଇଛି ।ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ନିମନ୍ତେ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ଅକ୍ଟୋବର ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କର ପରୀକ୍ଷା ଜାରି ରହିବ । ଏପରିକି ରବିବାର ମଧ୍ୟ ପରୀକ୍ଷା କରାଯିବ । ଆଗକୁ ପୂଜା ଛୁଟି ଥିବାରୁ ରବିବାର ପରୀକ୍ଷା ପାଇଁ ସିଏଚଏସଇ ପକ୍ଷରୁ ନିଷ୍ପତି ନିଆଯାଇଛି । ୨ଟି ଇଲେକ୍ଟିଭ ବିଷୟ ଓ ମାତୃଭାଷାରେ ପରୀକ୍ଷା ହେବ ।

hiranchal ad1
Leave A Reply

Your email address will not be published.

5 × two =