ଦାରିଙ୍ଗବାଡ଼ିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

0 195

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ସଶିବିର ଆଜି ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ବିଭିନ୍ନ ଅଞ୍ଚଳରୁ ଜିଲ୍ଲାପାଳଙ୍କୁ ଭେଟି ନିଜର ବ୍ୟକ୍ତିଗତ ସହିତ ସାମୁହିକ ଓ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା,ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିଲେ । ଶିବିରରେ ମୋଟ ୬୯ ଜଣଙ୍କର ନାମ ପଞ୍ଜିକରଣ କରାଯାଇଥିଲା, ସେଥି ମଧ୍ୟରୁ ୪୩ ଜଣଙ୍କର ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ରହିଥିବାବେଳେ ୨୬ ଗୋଟି ସାମୁହିକ ଅଭିଯୋଗ ରହିଥିଲା । ଏଥିରେ ପାନୀୟଜଳ, ସ୍ୱାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡରୁ ବଞ୍ଚିତ, ଶିକ୍ଷା ବ୍ୟବସ୍ଥା,ରାସ୍ତା ଓ ପୋଲ ନିର୍ମାଣ, ବିଭିନ୍ନ ଗାଁ କୁ ବିଜୁଳି ସେବା ଯୋଗାଇ ଦେବା, ସାମାଜିକ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ନ ମିଳିବା ଏବଂ ଦାରିଙ୍ଗବାଡ଼ି ଅଞ୍ଚଳରେ ଉଜ୍ୱଳା ଯୋଜନାରେ ମିଳୁଥିବା ଗ୍ୟାସ ସିଲିଣ୍ଡର ପିଛା ଗ୍ୟାସ ଯୋଗାଉଥିବା ଡିଲର ଜଣକ ଘରକୁ ଘର ଗ୍ୟାସ ଯୋଗାଉଥିବା ବେଳେ ଡେଲିଭେରୀ ଚାର୍ଜ ବାବଦରେ ୫୦ଟଙ୍କାଗୋଟିଏ ସିଲିଣ୍ଡର ପିଛା ଅଧିକା ନେଉଥିବା ଇତ୍ୟାଦି ଅଭିଯୋଗ ଅନ୍ତର୍ଭୁକ୍ତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଲୋକଙ୍କର ସମସ୍ୟା, ବ୍ୟକ୍ତିଗତ ଆପତ୍ତି ଅଭିଯୋଗ ଜଣାଇବା ପାଇଁ ଆସିଥିବା ସମସ୍ତ ଜନସାଧାରଣଙ୍କୁ ଭେଟି ତାଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ କରିବା ସହିତ ସମସ୍ତଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜ ନିଜ ସ୍ତରରେ ଲୋକଙ୍କର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସେବା ମନୋଭାବ ନେଇ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନ ଶୁଣାଣୀ ଶିବିରରେ ବାଲିଗୁଡା ଉପଜିଲ୍ଲାପାଳ ଦୁଃଖ ବନ୍ଧୁନାୟକ,ବାଲିଗୁଡା ଏସ.ଡି.ପି.ଓ ଜି. ଆର.ରେଡ୍ଡୀ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱ ରଞ୍ଜନ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କ ସମେତ ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଚାର୍ଲେସ ନାୟକ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × four =