ଦଶପଲ୍ଲା : ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ୬ ନମ୍ବର ୱାର୍ଡର ମୋଚିସାହି କୋଠଘରଠାରେ ଜୋତା ତିଆରି କାରଖାନା ସ୍ଥାପନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁବ୍ଶୀଘ୍ର ଏହି କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ଉକ୍ତ ବୈଠକରେ କାରଖାନା ସ୍ଥାପନ ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଆସିଷ୍ଟାଣ୍ଡ ଡାଇରେକ୍ଟର ଅନୁପ କୁମାର ଭୁୟାଁ, ଲେଦର ଟେକ୍ନିସିଆନ୍ ସନ୍ତୋଷ ସୁନା, ଏକଜ୍ୟୁଟିଭ୍ ଆସିଷ୍ଟାଣ୍ଡ ନଟବର ସ୍ୱାଇଁ, ବିପିଏମ୍ ଦୀପ୍ତିମୟୀ ପ୍ରହରାଜ, ବିପିସି ପ୍ରଭାକର ଦାସ, ସହର ମିସନ ପରିଚାଳକ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଶ୍ରୀଜଗନ୍ନାଥ ଓ ନିର୍ମାଲ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଏହି କାରଖାନାରେ କାର୍ଯ୍ୟ କରିବା ପାଇଁ ଏହି ଦୁଇଟି ଏସ୍ଏଚ୍ଜିଙ୍କୁ ଚୟନ କରାଯାଇଥିବା ସେମାନଙ୍କୁ ଏନେଇ ଖୁବ୍ଶୀଘ୍ର ତାଲିମ ପ୍ରଦାନ କରାଯିବ । ତେବେ ପୂର୍ବରୁ ଦଶପଲ୍ଲାରେ ଚମଡ଼ା ନିର୍ମିତ ଚପଲ ଓ ଜୋତାର ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଚାହିଦା ରହିଥିବା ବେଳେ ଏହାର ପୂର୍ବ ଗୈରବ ପୁଣି ତାହା ଫେରିଆସିବ ବୋଲି କୁହାଯାଇଛି ।