ଅବ୍ୟବସ୍ଥା ଘେରରେ କୁଆଁରିଆ ମୃଗ ବିହାର

0 148

ଦଶପଲ୍ଲା,୩୧/୫:- ଦଶପଲ୍ଲାର ଏକମାତ୍ର ପର୍ଯ୍ୟଟନସ୍ଥଳୀ କୁଆଁରିଆ ଡ୍ୟାମ ଓ ମୃଗ ବିହାର । ଏହି ମୃଗ ବିହାରରେ ଗୋଟିଏ ପରେ ଗୋଟିଏ ମୃଗ ମୃତ୍ୟୁବରଣ କରିବା ଘଟଣା ପରିବେଶ ତଥା ପଶୁ ପ୍ରେମୀମାନଙ୍କ ମଧ୍ୟରେ ଚିନ୍ତା ଓ ଉଦବେଗର କାରଣ ହୋଇଛି । ମୃଗ ବିହାରର ମୃଗମାନଙ୍କୁ ବାହାରୁ ଖାଦ୍ୟ ଆଣି ଦୁଇଓଳା ଦିଆଯାଉଛି । ମାତ୍ର ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୃଗ ମୃତ୍ୟୁ ପରେ ମୃଗ ମୃତ୍ୟୁ ପାଇଁ ଉତ୍ତର ଦାୟିତ୍ୱ କାହାକୁ ଦିଆଯାଉ ନଥିବାରୁ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମୃଗମାନଙ୍କ ମଧ୍ୟରେ ପାରସ୍ପରିକ ସଂଘର୍ଷ କାରଣରୁ ଅନେକ ସମୟରେ ମୃଗ ମୃତ୍ୟୁବରଣ କରୁଥିବାର କୁହାଯାଉଥିଲେ ହେଁ ସେମାନଙ୍କ ସୁରକ୍ଷା ଦାୟିତ୍ୱ କାହାର ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଲାଣି । ମୃଗ ବିହାରର ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ପାଇଁ ,ବନ୍ୟପ୍ରାଣୀ ବନ ବିଭାଗ କି ପଦକ୍ଷେପ ନେଉଛନ୍ତି ତାକୁ ଜାଣିବା ପାଇଁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି । ମୃଗ ବିହାରର ପୂର୍ବ ଗୌରବ ଫେରାଇ ଆଣିବା ସହିତ ଏହାର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ନିମନ୍ତେ ସର୍ବସାଧାରଣରେ ମତପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

18 + 17 =