“ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ

0 35

ଘୁ.ଉଦୟଗିରି,୩୧/୫:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଡୁଗୁଡ଼ି ଗ୍ରାମ ଠାରେ ଖ୍ରୀଷ୍ଟୀୟ ସମ୍ପ୍ରଦାୟ, ଗୁଡନିଉଜ ମଣ୍ଡଳୀର ଆୟୋଜନରେ ଏକ “ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଯାହା ୨୯ ମଇରୁ ଆରମ୍ଭ ହୋଇଥିବାବେଳେ ଜୁନ ୧ ତାରିଖରେ ଶେଷ ହେବ ବୋଲି ଆୟୋଜକଙ୍କ ଠାରୁ ସୂଚନା ମିଳିଛି । ଉକ୍ତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଓ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ଗ୍ରେସ ବାପଟିଷ୍ଟ ମଣ୍ଡଳୀ, ଗୌହାଟୀ, ଆସାମ ରୁ ଆସିଥିବା ରେଭ.ଉଦୟରାଜ ପାଉଣ୍ଡେଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ “ପାପ କ୍ଷମା ଓ ପୁନର୍ଜନ୍ମର ରହସ୍ୟ’ ରହିଥିଲା ଯାହାକୁ ମୁଖ୍ୟବକ୍ତା ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ବାଇବଲ ପଢ଼ିବା କେତେ ଆବଶ୍ୟକ ଓ ପଢ଼ିବା ଦ୍ୱାରା ନିଜ ମନ ଓ ହୃଦୟରେ କି ପରିବର୍ତ୍ତନ ହୁଏ ଏବଂ ପରମେଶ୍ୱରଙ୍କ ଉପରେ ଆନ୍ତରିକ ବିଶ୍ୱାସ, ମାନସିକ ଦୃଢ଼ତା, ସଂଯମତା ଆସିବାସହ ମନୁଷ୍ୟର ବ୍ୟବହାରିକ ଜୀବନରେ କିପରି ପରିବର୍ତ୍ତନ ଆସିଥାଏ ସେ ଉପରେ ଉପସ୍ଥାପନ କରିଥିଲେ । ବାଇବଲ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଓ ପ୍ରସଙ୍ଗ ନେଇ ଆଲୋଚନା ହେବାକୁ ଥିବାବେଳେ ଦୈନନ୍ଦିନ ସୂଚୀ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ହେବାର ସୂଚନା ରହିଛି । ସମ୍ମିଳନୀଟି ୪ ଦିନ ପର୍ଯ୍ୟନ୍ତ ହେବାକୁ ଯାଉଛି ଯାହା ଦୀର୍ଘ ୪ ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ଅଞ୍ଚଳର ଶହଶହ ଖ୍ରୀଷ୍ଟୀୟ ଭାଇଭଉଣୀମାନେ ଖୁସି ଓ ଉତ୍ସାହର ସହ ଅଂଶଗ୍ରହଣ କରି ବାଇବଲରେ ଲିଖିତ ଉପଦେଶ ଗୁଡ଼ିକୁ ଶୁଣିବାର ସୁଯୋଗ ପାଇଥିବା ମତ ପ୍ରକାଶ କରିଛନ୍ତି । ସମ୍ମିଳନୀରେ ଆଖପାଖ ଅଞ୍ଚଳ ଓ ବିଭିନ୍ନ ବ୍ଲକରୁ ବହୁସଂଖ୍ୟାରେ ପୁରୁଷ ଓ ମହିଳା, ଯୁବକ ଯୁବତୀ, ବୃଦ୍ଧ ବୃଦ୍ଧା ମାନେ ଅଂଶଗ୍ରହଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + ten =