ବୁଥ୍‌ରେ ପହଞ୍ଚିଲେ ପୋଲିଂପାର୍ଟି

0 109

ଦଶପଲ୍ଲା,୨୧/୨: – ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଶପଲ୍ଲା ବ୍ଲକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ଲକ୍‌ର ମୋଟ ୨୦ଟି ପଞ୍ଚାୟତର ୨୬୬ଟି ବୁଥ୍‌ ପାଇଁ ୧୧୦୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ୧୦୩ ଟି ବସ୍‌ , ୭୧ଟି ବୋଲେରୋ ଓ ଅନ୍ୟାନ୍ୟ ବାହନ ସମସ୍ତ ପୋଲିଂ ପାର୍ଟିକୁ ନେଇ ନିଜ ନିଜ ବୁଥ୍‌ରେ ପହଞ୍ଚିଛି । ବ୍ଲକରେ ଥିବା ସମସ୍ତ ବୁଥ୍‌ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । କଡ଼ା ସୁରକ୍ଷା ବଳୟ ଭିତରେ ୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ହେବ । ପ୍ରତି ବୁଥରେ ଜଣେ ଲେଖାଁଏ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପ୍ରତି ପଞ୍ଚାୟତରେ ଗୋଟିଏ ମୋବାଇଲ ଟିମ୍‌ କାର୍ଯ୍ୟ କରିବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବାକୁ ମୋବାଇଲ ଟିମ୍‌ରେ ଜଣେ ଇନ୍ସପେକ୍ଟର ରହି କାର୍ଯ୍ୟ କରିବେ ।

hiranchal ad1
Leave A Reply

Your email address will not be published.

3 × 2 =