ଦଶପଲ୍ଲା,୯/୯- ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ପକ୍ଷରୁ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଶପଲ୍ଲାର ପୁରାତନ କୈବଲ୍ୟଗିରି ମଠରେ ପୂର୍ବାହ୍ନରେ ଶତାଧିକ ସାଧୁସନ୍ଥ ଏକତ୍ର ହୋଇଥିଲେ । ଏହା ପରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ଏକ ସୁଶୋଭିତ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା ପାଇଁ ଦାବି କରି ସାଧୁସନ୍ଥମାନେ ବିଭିନ୍ନ ଗ୍ଲୋଗାନ ଦେବା ସହ ସ୍ଥାନୀୟ ରାମ ମନ୍ଦିରଠାରୁ ଜନ ସଚେତନତା ପଦଯାତ୍ରା କରି ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।