ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଅନ୍ୟ କୌଣସି ରାଜନୈତିକ ଦଳର ଦବଦବା ନ ଥିବାବେଳେ ଦଶପଲ୍ଲାରେ ଦିନକୁ ଦିନ ଅଧିକ ବଳବାନ୍ ହେଉଛି ବିଜୁଜନତାଦଳ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଜନହିତକର ଯୋଜନାର ସୁଫଳ ଏବଂ ସ୍ଥାନୀୟ ନେତାମାନଙ୍କ ପ୍ରଚେଷ୍ଟା ବଳରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର କୋଣେ ଅନୁକୋଣେ, ବିଜୁଜନତାଦଳର ସଂଗଠନ ଆହୁରି ସୁଦୃଢ ହେବାରେ ଲାଗିଛି । ଗତ ୯ ତାରିଖ ଦିନ ଦଶପଲ୍ଲା ବ୍ଲକର ୮ଟି ପଞ୍ଚାୟତରେ ବିଜେଡି ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ସମାଜସେବୀ ଶ୍ରୀହରୀ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଶାଳ ବାଇକ ଶୋଭାଯାତ୍ରାରେ ଉଦ୍ୟମୀ ଯୁବନେତା ଜିତେନ୍ଦ୍ର କରଣ, ଯୁଗଳ ମୁଦୁଲି, ପପୁ ପ୍ରସାଦ, ବିଶିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ସାହୁ, ପ୍ରଫୁଲ ନାୟକଙ୍କ ସମେତ ଅନେକ ପଞ୍ଚାୟତ ନିର୍ବାଚନ ଆଶାୟୀ ପ୍ରାର୍ଥୀ ଓ ତାଙ୍କର ସମର୍ଥକ ଯୋଗ ଦେଇଥିଲେ । ବାଣିଗୋଚ୍ଛାର ପ୍ରସିଦ୍ଧ ଯୋଗେଶ୍ୱର ଶୈବପୀଠରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବାଣିଗୋଚ୍ଛା, କୁଜାମେଣ୍ଢୀ, ନୂଆଗାଁ, କଳସାଖମଣ, ଚଡୟୋପଲ୍ଲୀ, ଦୂଡା, କୁଲୁରୁକୁମ୍ପା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନହିତକର କାର୍ଯ୍ୟକୁ ଶୋଭାଯାତ୍ରା ମାଧ୍ୟମରେ ପ୍ରଚାର କରାଯିବା ସହ ଆଦିବାସୀ ଓ ହରିଜନଙ୍କ ଉନ୍ନତୀ ଏବଂ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଗତକାଲି ୧୦ ତାରିଖରେ ମଧ୍ୟ ସମାଜସେବୀ ଶ୍ରୀ ନାୟକ ଦଶପଲ୍ଲା ପଶ୍ଚିମାଞ୍ଚଳର ଅନେକ ଆଦିବାସୀ ଓ ହରିଜନ ଗ୍ରାମକୁ ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟର ପ୍ରଚାର ପ୍ରସାର କରିଥିଲେ ।