ନୟାଗଡ଼ରେ ଶତକ ମାରିଲା କରୋନା

0 89

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ମାତ୍ର ୩ ଦିନରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୧୦୨ରେ ପହଞ୍ଚିଛି । ଜିଲ୍ଲାରୁ ଆଜି ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ରଣପୁର ଥାନାରୁ ନୂଆ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଆକ୍ରାନ୍ତକୁ ମିଶାଇ ସଂଖ୍ୟା ୧୦୦ ଛୁଇଁଥିବା ଜଣାଯାଇଛି । କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବାବେଳେ ଆଜିଠାରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡୋଜ୍‌ ଦିଆଯାଇଥିବା ସୂଚନା ମିଳିଛି । କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ କଟକଣା ପ୍ରତି କେହି ଗୁରୁତ୍ୱ ଦେଉନଥିବା ଲକ୍ଷ୍ୟ କରାଯାଉଛି । ଏପରିକି ସର୍ବସାଧାରଣ ସ୍ଥାନରେ ମଧ୍ୟ ଲୋକେ ମାସ୍କ ପରିଧାନ କରୁନଥିବା ଦେଖିବାକୁ ମିଳିଛି । ଜନଗହଳି ସ୍ଥାନରେ ମଧ୍ୟ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉନାହିଁ ।

hiranchal ad1
Leave A Reply

Your email address will not be published.

2 × four =