ଦଶପଲ୍ଲାରେ ଅନୁଷ୍ଠିତ ହେଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

0 210

ଦଶପଲ୍ଲା : ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା . ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥୁମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୬ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୮ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୭୬୦୦୦ /- ଆର୍ଥିକ ଅନୁଦାନ ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୨୨ଗୋଟି ମାମଲାର ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା . ଟୁଡୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ମାମଲାଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର ମଧ୍ୟରେ ଫଇସଲା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ , ଦଶପଲ୍ଲା ଶାଖାର ମିଳିତ ସହଯୋଗରେ ୮ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଧନ୍ଦାମୂଳକ କାର୍ଯ୍ୟ ନିମନ୍ତେ ଡି.ଆର.ଆଇ. ଲୋନ ପ୍ରଦାନ କରାଯାଇଥିଲା । ଶେଷରେ ଦଶପଲ୍ଲା ଓ ଗଣିଆ ଅଂଚଳର ଖବରକାଗଜ ବିତରକଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ର ଜିଲ୍ଲାପାଳ ଡା . ଟୁଡ଼ୁ ପ୍ରଦାନ କରିଥିଲେ । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ରରାୟ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦଶପଲ୍ଲା, ତହସିଲଦାର ଦଶପଲ୍ଲା, ଜିଲ୍ଲାସ୍ତରୀୟ ପଦାଧୂକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା . ଟୁଡୁଙ୍କୁ ସହଯୋଗ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଶିବିରକୁ ଦଶପଲ୍ଲାର କୌଣସି ସାମ୍ବାଦିକଙ୍କୁ ଡ଼କାଯାଇନଥିଲା ।

hiranchal ad1
Leave A Reply

Your email address will not be published.

three × 3 =