ତପସ୍ୱିନୀଙ୍କ ନାଁରେ ସାଂଘାତିକ ଅଭିଯୋଗ

0 262

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀଙ୍କ ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି, ତେଣୁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସେ ଅପିଲ୍‌ କରି ଜଣାଇଛନ୍ତିତପସ୍ୱିନୀ ବର୍ତ୍ତମାନ ସୁମିତଙ୍କ ଘର ବାରଣ୍ଡାରେ ରହୁଥିବା ବେଳେ ସେଠାରେ ଲାଗିଥିବା ସିସିଟିଭିକୁ ଘୋଡ଼ାଇ ରଖିଛନ୍ତି। ଫଳରେ ତପସ୍ୱିନୀଙ୍କ ଗତିବିଧୀ ଜାଣି ହେଉନି, ସେ କୌଣସି ଷଡଯନ୍ତ୍ର ରଚୁଥିବା ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ।
ଏନେଇ ସେ କହିଛନ୍ତି, ତପସ୍ୱିନୀ ଦାସ ମୋ’ ଘରେ ଜବରଦସ୍ତି ଗେଟ୍‌ ଭାଙ୍ଗି ପଶିଥିଲେ। ସେ ସେଠାରେ ରହୁଥିବା ବେଳେ ଏବେ ସେ ମୋ ବାରଣ୍ଡା ସିସିଟିଭିକୁ କଭର କରି ଦେଇଛନ୍ତି। କାହା ଅନୁମତିରେ ମୋ’ ସିସିଟିଭିକୁ ବନ୍ଦ କରାଯାଇଛି, ମୁଁଜାଣିପାରୁନି । ସେଥିରେ ଷଡଯନ୍ତ୍ରର ଗନ୍ଧ ଆସୁଛି। ଏନେଇ ବିହିତ ପଦକ୍ଷେପ ନିଅନ୍ତୁ। ସିସିଟିଭି ଦ୍ୱାରା ମୁଁ ତାଙ୍କ ଗତିବିଧୀ ଜାଣିପାରୁଥିଲି। ହେଲେ ସେ ଚେୟାର ଆଣି ତାକୁ ଘୋଡ଼ାଇ  ବନ୍ଦ କରି ଦେଇଛନ୍ତି। ତେଣୁ ମୁଁ ଭୟଭୀତ ହୋଇପଡ଼ିଛି। ତୁରନ୍ତ ବିହିତ ପଦକ୍ଷେପ ନେଇ ଏହାର ସମାଧାନ କରିବାକୁ ସେ ଏକ ଅଡିଓ ଜରିଆରେ ଅନୁରୋଧ କରିଛନ୍ତି।
ଅପରପକ୍ଷେ, ଏହାର ଜବାବ ଦେବାକୁ ଯାଇ ପ୍ରମିଳା ତ୍ରିପାଠୀ କହିଛନ୍ତି, ତପସ୍ୱିନୀ ଗ୍ୟାରେଜ ଘରେ ରହୁଛି। ସେହିଠାରେ ସେ ଖାଉଛି, ଶୋଉଛି ସବୁ କରୁଛି। ତେଣୁ ସିସିଟିଭି ରହିଲେ ସେ କିପରି ଚଳପ୍ରଚଳ କରିବ । ତା’ର ଇଜ୍ଜତ ବୋଲି କିଛି ଅଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

hiring

ଶ୍ୱଶୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ତପସ୍ୱିନୀ କହିଛନ୍ତି, ମୁଁ କି ମୋ ପରିବାର ଲୋକ କିମ୍ବା ପ୍ରମିଳା ତ୍ରିପାଠୀ କେହି ବି ଗେଟ୍‌ରେ ହାତ ଲଗାଇନୁ  । ଉତ୍ତ୍ୟକ୍ତ ମହିଳା ଆସି ଗେଟ୍‌ ଭାଙ୍ଗି ଆମକୁ ଭିତରେ ପଶାଇଲେ। ତେଣୁ କରି ଆମେ ଗେଟ୍‌ ଭାଙ୍ଗିଛୁ ବୋଲି ସେ ପ୍ରମାଣ ଦିଅନ୍ତୁ। ଶ୍ୱଶୁର ଘର ଲୋକ ମୋତେ ଗ୍ରହଣ ନ କରିବା ଯାଏ ଏଠାରେ ବସି ରହିବି ବୋଲି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ତପସ୍ୱିନୀ।

hiranchal ad1
Leave A Reply

Your email address will not be published.

fourteen − 1 =