ସମ୍ବଲପୁରରେ ତୃତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ପ୍ରଥମ ଶ୍ରେଣୀରୁ ଓଡ଼ିଆ ପଢ଼ାଇବା ପାଇଁ ଦାବି

0 121

ସମ୍ବଲପୁର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ସ୍ୱାଗତ କରିବା ସହିତ ସ୍ଥାନୀୟ ସକ୍ରୀୟ ସାମାଜିକ ସଂଗଠନ “ଉତ୍କଣ୍ଠା’ ପକ୍ଷରୁ ଏଠାରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଦାବି କରାଯାଇଛି । ଓଡ଼ିଶାର ଏକ ଜଣାଶୁଣା ଶିକ୍ଷା କେନ୍ଦ୍ର ରୂପେ ସମ୍ବଲପୁର ବର୍ତ୍ତମାନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି ଓ ଏଠାକାର କ୍ରମବର୍ଦ୍ଧିଷୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତା ଅନୁଭବ କରାଯାଉଛି । ଏହି ପରିପ୍ରେକ୍ଷୀରେ ଉତ୍କଣ୍ଠା ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଠାରେ ସମ୍ବଲପୁରରେ ତୃତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନିମନ୍ତେ ଏକ ଦାବିପତ୍ର ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ “ଭୋକାଲ ଫର ଲୋକାଲ’ ଉକ୍ତି ଅନୁସାରେ ଏଠାକାର କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଓଡ଼ିଆ ଭାଷା ଶିକ୍ଷାଦାନର ବ୍ୟବସ୍ଥା କରାଯାଉ, କାରଣ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଠାରେ ଏହା ପଞ୍ଚମ ଶ୍ରେଣୀରୁ ପଢ଼ାଯାଉଛି ।

hiranchal ad1
Leave A Reply

Your email address will not be published.

1 × three =