ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା, ଜମୁଛି ବେପାର

0 172

ଦଶପଲ୍ଲା: ନୟାଗଡ଼ ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ମହୋତ୍ସବ ପଡ଼ିଆରେ ଗତ ୨୪ ତାରିଖରୁ ଚାଲୁ ରହିଛି । ପ୍ରଥମ ଦୁଇ ଦିନରେ ପଲ୍ଲୀଶ୍ରୀ ମେଳାରେ ବେଶ୍‌ ଭଲ ବେପାର ହୋଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମିତ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଓରମାସ ପକ୍ଷରୁ ଆୟୋଜିତ ଏହି ପଲ୍ଲୀଶ୍ରୀ ମେଳାରେ ୨୨୦ଟି ଷ୍ଟଲ୍‌ ପଡ଼ିଥିବାବେଳେ ମୋଟ୍‌ ୮୩ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବା ସୂଚନା ମିଳିଛି । ତେବେ ଦୁଇ ଦିନରେ ୯ ଲକ୍ଷ ୬୮ ହଜାର ୬୫୫ଟଙ୍କାର ବେପାର ହୋଇଥିବା ଜଣାପଡ଼ିଛି ।

hiring

ରାଜ୍ୟର ୨୯ଟି ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନିମନ୍ତେ ଆଣିଛନ୍ତି ଓ କଳାହାଣ୍ଡିର କାଠ ତିଆରି ହସ୍ତଶିଳ୍ପ, ସୋନପୁରର ମାଟି ନିର୍ମିତ ଘର କରଣା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରୁ ହସ୍ତନିର୍ମିତ ଶାଢ଼ି, କେନ୍ଦୁଝରର ବଡ଼ି, ପୁରୀ ନଡ଼ିଆତେଲ, ନୟାଗଡ଼ର ବେତ, କନ୍ଧମାଳ ହଳଦୀ ଓ ମସଲା ଦ୍ରବ୍ୟ, ଯାଜପୁରରଟସର କାର୍ଯ୍ୟ, ବ୍ରହ୍ମପୁର ଆଚାର, କେନ୍ଦ୍ରାପଡ଼ାର ଗୋଲ୍‌ଡେନ ଗ୍ରାସ୍‌ ପଲ୍ଲୀଶ୍ରୀମେଳାରେ ବ୍ୟାପକ ବିକ୍ରି ହେଉଥିବା ଜଣାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ସାମଗ୍ରୀଗୁଡ଼ିକର ଚାହିଦା ଭଲ ରହୁଥିବା ଓରମାସ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳୁଛି । ୨୪ ତାରିଖ ଉଦ୍‌?ଘାଟନ ସନ୍ଧ୍ୟାରେ ୨ ଲକ୍ଷ ୬୦ ହଜାର ୪୦୫ଟଙ୍କାର ସାମଗ୍ରୀ ବିକ୍ରି ହୋଇଥିବାବେଳେ ୨୫ ତାରିଖ ଦ୍ୱିତୀୟ ଦିନରେ ୭ ଲକ୍ଷ ୮ ହଜାର ୨୫୦ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି । ଓରମାସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦୁଇ ଦିନରେ ମୋଟ ୯ ଲକ୍ଷ ୬୮ ହଜାର ୬୫୫ଟଙ୍କାର ସାମଗ୍ରୀ ବିକ୍ରି ହେବା ପଲ୍ଲୀଶ୍ରୀ ମେଳା ପାଇଁ ଏକ ସଫଳତା ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

fifteen + nine =