ବଡ଼ଦିନ ପର୍ବ ପାଳନ ପାଇଁ ଜ଼ିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

0 86

ଫୁଲବାଣୀ :ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶାନ୍ତି କମିଟିରେ ଏସପି ଭିନୀତ ଅଗ୍ରୱାଲ, ଉପ ଜ଼ିଲ୍ଲାପାଳ ବାଲିଗୁଡା ଡ଼ଃ. ଶୁଭଙ୍କର ମହାପାତ୍ର, ଫୁଲବାଣୀ ଉପଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର, ଅତରିକ୍ତ ଏସପି ବିପିନ ବିହାରି ବେହେରା, ପିଏଆଇଟିଡ଼ିଏ ଫୁଲବାଣୀ ବୀରେନ୍ଦ୍ର ଦାଶ, ଏସଡ଼ିପିଓ ବାଲିଗୁଡା ପ୍ରମୁଖ ଉପସ୍ଥିତ ରହି କୋଭିଡ ନିୟମ ପାଳନ କରି ଶାନ୍ତିଶୃଙ୍ଖଳାର ସହ ବଡ଼ଦିନ ଓ ନୂଆବର୍ଷ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଗକୁ ବଡ଼ଦିନ ପର୍ବ ପ୍ରଭୁ ଯୀଶୁ ଧରାବତରଣ କରିବେ । ଏଥି ପୂର୍ବରୁ କେତେକ ଚର୍ଚ୍ଚରେ ପ୍ରି ଖ୍ରୀଷ୍ଟ ମାସ ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଖ୍ରୀଷ୍ଟ ଭାଇ ଭଉଣୀମାନେ ଡିସେମ୍ବର ୨୫କୁ ମହା ସମାରୋହରେ ପାଳନ ପାଇଁ ଅପେକ୍ଷା କରି ରହିଛନ୍ତି । କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକ ସଜେଇ ହେଲାଣି । କେତକ ସ୍ଥାନରେ ନାଚ ଗୀତ ମଧ୍ୟ ଆରମ୍ଭ ହେଲାଣି ।

hiring

ଫଳରେ ଆସନ୍ତା ବଡ଼ଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେଥିପାଇଁ ବିଭିନ୍ନ ବ୍ଲକସ୍ତରରେ ଶାନ୍ତି କମିଟି ବୈଠକ ସରିଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ବୈଠକରେ କୁହାଯାଇଥିଲା ଯେ ଚର୍ଚ୍ଚରେ ସମସ୍ତେ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ବଜାୟ ରଖିବେ, ସାନିଟାଇଜ କରି ଏହି ପର୍ବକୁ ପାଳନ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେନି, ଜ଼ିରୋ ନାଇଟ ମଧ୍ୟ ପାଳନନ କରିବାକୁ ପରାମର୍ଶ ଦେଇଥିଲେ । ଶାନ୍ତି କମିଟିରେ ଜ଼ିଲ୍ଲାର ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧି ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେବା ସହ ଆଉ ବଡ଼ଦିନକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଏହି ସମୟରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ ଉପରେ କଟକଣା ଲଗାଇବାକୁ ମତ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ତଥା ଆଇନଜୀବୀ ଲମ୍ବୋଦର କହଁର, କୁଇ ସମାଜ ବ୍ଲକ ସଭାପତି ଗୋବିନ୍ଦ ଘଟାଲ, ସଂଖ୍ୟା ଲଘୁ ସମ୍ପ୍ରଦାୟ ରାଇକିଆ ମସେସ ଡିଗାଲ, ଅନିଲ ବଡ଼ ମାଝୀ, ପାଷ୍ଟର ଆସୋ ସିଏ ସନସଭାପତି ଦାରିଙ୍ଗିବାଡି ସୁନୀଲ ପ୍ରଧାନଙ୍କ ସମେତ ଅନ୍ୟମାନେ ଜ଼ିଲ୍ଲାରେ ଶାନ୍ତି, ସଦଭାବ,ଭାଇଚାରା ଫେରିଆସିଥିବା ନେଇ ମତବ୍ୟକ୍ତ କରିଥିଲେ । ଏହି ଶାନ୍ତି କମିଟି ବୈଠକ ରେ ଜ଼ିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =