କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ

0 105

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।‌ କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯାତନା ବିରୁଦ୍ଧରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଅଭିଯୋଗ ସମିତି (ଏଲ.ସି.ସି), ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ଆଇ.ସି.ସି) ର ସଦସ୍ୟ ଏବଂ ବିଭିନ୍ନ କାର୍ଯ୍ୟର ନୋଡାଲ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇନଜୀବୀ ପୁଷ୍ପାରାଣୀ ମହାପାତ୍ର ଓ ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣ (ଡି.ଏଲ୍.ଏସ.ଏ) ପକ୍ଷରୁ ଦୁଷ୍ମନ୍ତ ବେହେରା ବକ୍ତା ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଝୁନୁ ସ୍ବାଇଁ ଓ ସମାଜ କଲ୍ୟାଣ ଅଧିକାରୀ ସନ୍ଧ୍ୟା ରାଣୀ ନେପାକ ମଞ୍ଚରେ ଉପସ୍ଥିତ ଥିଲେ। ଜିଲ୍ଲାରେ ସକ୍ରିୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ପ୍ରତିଭାଗୀ ଆସି ଏଥିରେ ସାମିଲ ହେବା ସହିତ ସେମାନଙ୍କ ସମିତିର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପ୍ରତିକ୍ଷିତ ହୋଇଥିଲେ

hiranchal ad1
Leave A Reply

Your email address will not be published.

2 × 3 =