ରାଜ୍ୟର ୪ ଜିଲ୍ଲାରେ ଭୂମିକମ୍ପ ଝଟକା

0 159

ଭୁବନେଶ୍ୱର: ରାଜ୍ୟର ୪ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରେକର୍ଡ ହୋଇଛି । ଦିନ ୧୧ଟା ୧୯ରେ ଭୂକମ୍ପ ଝଟକା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ, ନୟାଗଡ, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ନୟାଗଡ ଓ ଗଞ୍ଜାମ ଓ ନୟାଗଡର ମଧ୍ୟବର୍ତ୍ତୀ ଅଂଚଳ ହୋଇଥିବା କୁହାଯାଇଛି । 

hiring

ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ ମଧ୍ୟରେ ୬ ସେକେଣ୍ଡ ଲେଖାଏ ୨ ଥର ଭୂକମ୍ପ ଝଟକା ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହାର ପ୍ରଭାବରେ ପୋଖରୀ ପାଣିରେ ଢେଉ ସୃଷ୍ଟି ହୋଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି । ଏପରି କି ଘର ପଙ୍ଖା ସହ ଆସବାପତ୍ର ଦୋହଲିଥିବା ଲୋକେ ଅନୁଭବ କରିଛନ୍ତି । ୨ ଥର ଭୂମିକମ୍ପ ଝଟକା ଦେଇଥିବାରୁ ଲୋକେ ଖୁବ ଭୟଭୀତ ଅବସ୍ଥାରେ ରହିଛନ୍ତି । 

hiranchal ad1
Leave A Reply

Your email address will not be published.

7 + 20 =