ଧ୍ୟାନ ଦିଅନ୍ତୁ ବିଦ୍ୟୁତ ଉପଭୋକ୍ତା; ଆସନ୍ତାକାଲି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବନ୍ଦ ରହିବ ବିଦ୍ୟୁତ ସରବରାହ

0 251

ସୁବର୍ଣ୍ଣପୁର: ଜନସାଧାରଣଙ୍କୁ ଉପଯୁକ୍ତ ସୁରକ୍ଷିତ କ୍ଲିୟରେନ୍ସ ଦେବାପାଇଁ ଧୁବାବାହାଲି ଗ୍ରାମରେ ଗୋଟିଏ ନୂତନ ଉଚ୍ଚ ଟାୱାର ନିର୍ମାଣ ଓ ତାର ଟାଣିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ୧୩୨ କେ.ଭି. ବଲାଙ୍ଗିର-ସୋନପୁର ଲାଇନରେ ଉକ୍ତ କାର୍ଯ୍ୟ କରିବାପାଇଁ ତା ୦୮-୦୩-୨୦୨୨ରିଖ ଦିନ ସକାଳ ୦୬.୦୦ ରୁ ସନ୍ଧ୍ୟା ୦୮.୦୦ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ । ୧୩୨ କେ.ଭି. ବଲାଙ୍ଗିର-ସୋନପୁର ଦ୍ୱିତୀୟ ସର୍କିଟ ଲାଇନର ନିର୍ମାଣ ଦ୍ୱାରା ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ଅତିରିକ୍ତ ଶକ୍ତି ସଂଯୋଗ ଏବଂ ନବ ନିର୍ମିତ ବୀରମହାରାଜପୁର ଗ୍ରୀଡକୁ ବୈଦ୍ୟୁତିକ ସଂଯୋଗ କରାଯାଇପାରିବ । ଉକ୍ତ ଲାଇନର ନିର୍ମାଣ ଦ୍ୱାରା ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଲୋ ଭୋଲ୍‌ଟେଜ ଓ ପାୱାର କଟ ସମସ୍ୟାର ସମାଧାନ କରାଯାଇପାରିବ । ଏହା ଦ୍ୱାରା ଜନସାଧାରଣଙ୍କୁ ଉତ୍ତମ ଓ ଗୁଣାତ୍ମକ ବୈଦ୍ୟୁତିକ ଶକ୍ତି ଯୋଗାଇ ଦିଆଯାଇପାରିବ । ଏଣୁ ଏକ ବୃହତ୍ତର ସାମୁହିକ ସ୍ୱାର୍ଥ ନିମନ୍ତେ ବିଭାଗ ତରଫରୁ ଜନ ସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

17 + 17 =