ବୃଦ୍ଧାଙ୍କ ଜୀବନ ନେଲା ଦନ୍ତାହାତୀ

0 181

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳ ଏକ ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ଜୀବଜନ୍ତୁ ଆସିଥାନ୍ତି । ବିଶେଷ କରି ଏହି ଅଞ୍ଚଳରେ ହାତୀମାନଙ୍କର ପ୍ରଭାବ ପଡିଥାଏ । ଚାଷ ସମୟରେ ବେଶୀ ପରିମାଣରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳେ ଓ ସେମାନେ ବହୁତ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଅନେକ ନିରିହ ଲୋକଙ୍କ ଜୀବନ ନେଇଥାନ୍ତି । ଗତ ବର୍ଷ ମଧ୍ୟ ହରିଶଙ୍କର ପାଖ ବ୍ରାହ୍ମଣୀ ଗାଁର ଜଣକ ଜୀବନ ନେଇଥିବା ବେଳେ କିଛି ଜଣଙ୍କୁ ଗୁରୁତର କରିଦେଇଥିଲା । ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବା ବେଳେ ପୁଣି ଥରେ ହାତୀର ଆତଙ୍କ ଦେଖାଦେଇଛି ।

hiring

ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଗାଁରେ ଗତ କିଛି ଦିନ ତଳେ ଦୁଇ ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଗତକାଲି ଲାଠୋର ଗ୍ରାମକୁ ପଶିଥିଲା ଓ ବିଭିନ୍ନ ଉପଦ୍ରବ କରିଛି । ଶନିବାର ଦିନ ସନ୍ଧ୍ୟାରେ ବାଗଝରଣ ଗାଁକୁ ପଶିଥିବା ବେଳେ ଜଣେ ବୃଦ୍ଧାଙ୍କ ଜୀବନ ନେଇଯାଇଛି । ସେହି ଗାଁର ବାସନ୍ତୀ ଅଘରିଆ (୭୦) ନିଜ ଘରେ ଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲା ଓ ହାତୀଟି ବୃଦ୍ଧାଙ୍କୁ ଦଳିଚକଟି ଦେଲା ପରେ ବୃଦ୍ଧା ଜଣକର ମୃତ୍ୟୁ ଘଟିଥିଲା । ଏତେ ବଡ ଘଟଣା ଘଟିଥିବା ବେଳେ ଜଙ୍ଗଲ ବିଭାଗ ଦେଖା ଦର୍ଶନ ନାହିଁ । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ହାତୀମାନେ କେମିତି ଜନବସତି ଅଞ୍ଚଳକୁ ନ ଆସିବେ ଏ ଦିଗରେ ବନବିଭାଗ ଶୀଘ୍ର ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

1 + 16 =