ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝରଠାରେ ମୁଖ୍ୟ ଅତିଥି ଭାବେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସିଙ୍ଗଝରଠାରୁ କୋଦୋବେଡା ରାସ୍ତା ଗୋଡାଲ ନାଳା ଉପରେ ୩୩୮.୦୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ବିଜୁ ସେତୁ ନିର୍ମାଣ ହେବ । ଏହି ଅବସରେରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଧର ନିଆଲ, ଜିଲ୍ଲା ବିଜେଡ଼ି ସଭାପତି ମନୋଜ ମିଶ୍ର , ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ଭୀଷ୍ମ ରାଜ ସୁନାନି, କନିଷ୍ଠ ଯନ୍ତ୍ରୀ ଦିବାକର ଖମାରୀ, ପ୍ରଦୀପ ପ୍ରଧାନ, ମନ୍ଦାକିନୀ ବଘେଲ, ଅମିତ ସିଂ ଦେଓ, ଦୈତାରି ମେହେର, ଜିତାମିତ୍ର ଖର୍ସେଲ, ସମେତ ବିଜେଡ଼ି କର୍ମୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।