ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଘୋଷଣା କଲେ ସରକାର

0 189

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ଏହି ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ତେବେ କାରରେ ଯାତ୍ରା ସମୟରେ ରିହାତି ମିଳିବ । ବ୍ୟକ୍ତିଗତ ଚାରି ଚକିଆ ଯାନରେ ଯାତ୍ରା କରିବା ସମୟରେ ମାସ୍କ ନ ପିନ୍ଧିଲେ ମଧ୍ୟ ଜରିମାନା ଆଦାୟ କରାଯିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେଲାଣି ନିରନ୍ତର ଭାବେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ପ୍ରଥମ ୧୦ ଦିନରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜୁଲାଇର ଶେଷ ୧୦ ଦିନରେ କରୋନା ଜୀବାଣୁ ଦ୍ୱାରା ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା, ଅର୍ଥାତ୍‌ ମହାମାରୀ ହେତୁ ମୃତ୍ୟୁ ସଂଖ୍ୟାରେ ପ୍ରାୟ ତିନିଗୁଣ ବୃଦ୍ଧି ଘଟିଛି ।
୨ ଅଗଷ୍ଟ ୧, ୨ ଅଗଷ୍ଟ ୩, ୩ ଅଗଷ୍ଟ ୫, ୪ ଅଗଷ୍ଟ ୪, ୫ ଅଗଷ୍ଟ ୨, ୬ ଅଗଷ୍ଟ ଏକ, ୭ ଅଗଷ୍ଟ ୨, ୮ ଅଗଷ୍ଟ ୬, ୯ ଅଗଷ୍ଟ ୭ ଏବଂ ୧୦ ଅଗଷ୍ଟ ୮ ରେ ମୃତ୍ୟୁ ରେକର୍ଡ କରାଯାଇଥିଲା । ଗତ ୧୮୦ ଦିନ ମଧ୍ୟରେ ଅଗଷ୍ଟ ୧୦ ଦିନରେ ମୃତ୍ୟୁ ସର୍ବାଧିକ । ଦିଲ୍ଲୀରେ କୋଭିଡ କାରଣରୁ ୨୬,୩୫୧ ଲୋକ ପ୍ରାଣ ହରାଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =