ଧାରଣାରେ ଅଧ୍ୟାପକ, ଅଧ୍ୟାପିକା

0 11

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଦେଖା ଦେଇଛି କର୍ମଚାରୀ ବିବାଦ l ପିଅନ ପାଇଁ ଆନ୍ଦୋଳନରେ ବସିଲେ ଅଧ୍ୟାପକ ଅଧ୍ୟାପିକା l ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏଭଳି କର୍ମଚାରୀ ବିବାଦ ଘଟଣା ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l ଆଜି କଲେଜର କର୍ମଚାରୀ ବିବାଦ ସମାଧାନ ବାଟ ନଫିଟିବାରୁ କଲମ ଓ ପାଠ ପଡ଼ାଇବା ଛାଡ଼ ଆନ୍ଦୋଳନ ବସିଥିଲେ ସମସ୍ତ ଅଧ୍ୟାପକ ଅଧ୍ୟାପିକା l ସୂଚନା ଥାଉକି ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖୋଦ ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ l ପୂର୍ବରୁ ବୌଦ୍ଧ ଉପଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଅନୁସାରେ ଉକ୍ତ କଲେଜରେ ଲେଡି ଆଟେଣ୍ଡ ଭାବେ ତପସ୍ୟା ଭୋଇ ପୂର୍ବରୁ ନିଯୁକ୍ତି ପାଇଥିବା ବେଳେ ପରବର୍ତୀ ସମୟରେ କଲେଜର ପିଅନ ପୋଷ୍ଟରେ ରହି କାର୍ଯ୍ୟ କରି ଆସୁଛନ୍ତି l କିନ୍ତୁ ଉକ୍ତ ମହିଳା ପିଅନ ଜଣଙ୍କ ସଦା ସର୍ବଦା କଲେଜର ଅନନ୍ୟ କର୍ମଚାରୀଙ୍କୁ ବେଖାତିରି, ଅବମାନନା କରିବା ଏବଂ କଲେଜରେ ସମସ୍ତଙ୍କ ପାଇଁ ହୋଇଥିବା ରେଜୁଲେସନ ଅନୁଯାଇ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ପିଅନ ଜଣଙ୍କ ନିୟମକୁ ଅବମାନନା କରିବା ଏବଂ ବିଭିନ୍ନ ସମୟରେ ନିଜର କର୍ତ୍ତବ୍ୟ ଅବହେଳା କରି ଆସୁଛନ୍ତି ବୋଲି ଲିଖିତ ଅଭିଯୋଗ ହୋଇଛି l କିଛିଦିନ ପୂର୍ବରୁ କଲେଜରେ ଏକ କାର୍ଯ୍ୟକ୍ରମ ସରିଲା ପରେ ଅଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ପିଅନକୁ ଏକ ନିର୍ଦିଷ୍ଟ କାର୍ଯ୍ୟ କରିବା ପାଇଁ କହିଥିଲେ l ଏଥିରେ ମହିଳା ପିଅନ ଜଣଙ୍କ ଅବମାନନା କରି ମୁଁ ଉକ୍ତ କାର୍ଯ୍ୟ କରିପାରିବି ନାହିଁ ବୋଲି ପ୍ରତ୍ୟାଖାନ କରିବାରୁ ହଟାତ ଅଧ୍ୟାପକ ଅଧ୍ୟାପିକା ଓ ମହିଳା ପିଅନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା l ଏଥିରେ ପିଅନ ଜଣଙ୍କ ଅସଭ୍ୟ ଭାଷା କରିବାରୁ ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରି କଲେଜର ପ୍ରିନସିପାଲଙ୍କ ଜରିଆରେ ବୌଦ୍ଧ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏବଂ ଦେଖାଯାଇଥିବା ବିଶୃଙ୍ଖଳାର ଉପଯୁକ୍ତ ତଦନ୍ତ ସହ ମହିଳା ପିଅନଙ୍କ ଉପରେ ପଦକ୍ଷେପ ନେବାକୁ ଦାବି କରିଥିଲେ l ଏପରିକି ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ନକଲେ କିମ୍ବା ସମ୍ପୃକ୍ତ ମହିଳା ପିଅନ ଙ୍କୁ ଅନ୍ୟତ୍ର କଲେଜ କୁ ବଦଳି ନକଲେ ଆଗାମୀ ୨୫ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବୁ ବୋଲି ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଅଭିଯୋଗ ସ୍ୱତେ କଲେଜ ର ଅଧକ୍ଷା କିମ୍ବା ଉପ ଜିଲ୍ଲାପାଳ ଘଟଣା ର ତଦନ୍ତ ନକରିବା କି ସମାଧାନ ର ବାଟ ନଫିଟାଇବାରୁ ଘଟଣା ଭିନ୍ନ ମୋଡ଼ ନେଇଥିଲା l ବୁଧବାର ଦିନ ସମସ୍ତ ଅଧ୍ୟାପକ ଅଧ୍ୟାପିକା ପ୍ରତିବାଦ ଜଣାଇ କଲେଜ ବାହାରେ ବସି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ l ଫଳରେ କଲେଜକୁ ପାଠ ପଢି ଆସିଥିବା ଶହ ଶହ ଛାତ୍ରଛତ୍ରୀ ପାଠ ପଢିନପାରି ନିରାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା l ଏଭଳି ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କୁ ପଚାରିବାରୁ ମୁଁ ଘଟଣା ଉପରେ ଅଧକ୍ଷାଙ୍କୁ ପଚାରୁଛି କଣ ସମସ୍ୟା ରହିଛି ଏବଂ ସମସ୍ୟାର ସମାଧାନ ପାଇଁ କହୁଛି ବୋଲି କହିଥିଲେ l ଏପଟେ ଅଧକ୍ଷl ଧରିତ୍ରୀ ରାଣୀ କାନୁନଗୋଙ୍କୁ ପଚାରିବାରୁ ଏସମ୍ପର୍କରେ ମୁଁ ଆଜି ଉପଜିଲ୍ଲାପାଳଙ୍କୁ ଜଣାଇ ଦେଇଛି l ମୋ ପାଖରେ କିଛି ନାଇଁ ଯାହା ଉପ ଜିଲ୍ଲାପାଳ ହିଁ ସମସ୍ୟାର ସମାଧାନ ବାଟ ଫିଟାଇ ପାରିବେ ବୋଲି କହିଥିଲେ l ଅନ୍ୟପଟେ କଲେଜ ଆସି ଛାତ୍ରଛାତ୍ରୀ ଫେରିଯାଇଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଅଶାନ୍ତି ବୃଦ୍ଧି ପାଇଥିବା ଲକ୍ଷ କରାଯାଇଛି l

hiranchal ad1
Leave A Reply

Your email address will not be published.

4 × 1 =