ବରଗଡ଼ରେ ଚାଷୀ ଆତ୍ମହତ୍ୟା

0 15

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକର କେନ୍ଦୁଗୁଡ଼ିଆ ଗ୍ରାମର ୨୪ବର୍ଷୀୟ ଚାଷୀ ନିଜ ଖେତରେ ବିଷ ପି ଆତ୍ମହତ୍ୟା କରିଛନ୍ତି I ମୃତ ଚାଷୀ ଜଣକ ୨୪ ବର୍ଷୀୟ ସାମନ୍ତ ଭୁଏ ହୋଇଥିବା ସୂଚନା ମିଳିଛି I ତେବେ ଏନେଇ ତାଙ୍କୁ ବରଗଡ଼ ଟାଉନ ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି I ଦୁଇ ଭାଇ ରହିଥିବା ବେଳେ ଗତ ଦୁଇ ମାସ ହେବ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା I ତେବେ ଘରୋଇ ସମସ୍ୟା ସହ ଆର୍ଥିକ ସମସ୍ୟା ସମ୍ଭାଳି ନପାରି ଖେତରେ ବିଷ ପି ଆତ୍ମହତ୍ୟା କରିଥିବା ତାଙ୍କ ଭାଇ ଜଣାଇଛନ୍ତି I ଖେତରେ ବିଷ ପି ଆତ୍ମହତ୍ୟା କରିଥିବା ବେଳେ ତାଙ୍କୁ ଖୋଜା ଖୋଜି କରିଥିଲେ ପରିବାର ଲୋକେ ତେବେ ଖେତରେ ବିଷ ପି ପଡ଼ିଥିବା ବେଳେ ତାଙ୍କୁ ଏମ୍ବୁଲାନ୍ସ ସାହାଯ୍ୟରେ ବରଗଡ଼ ଟାଉନ ହସ୍ପିଟାଲ ଅଣାଯାଇଥିଲା I ତାଙ୍କୁ ଡାକ୍ତର ବୁର୍ଲା ରେଫର କରିଥିବା ବେଳେ ରାସ୍ତାରେ ଚାଷୀଙ୍କ ମୃତ୍ୟୁ ଘଟିଛି I

hiranchal ad1
Leave A Reply

Your email address will not be published.

four × three =