ଫୁଲବାଣୀ: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଖବର ମିଳିଛି । ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଡାକପାଲା,ଦାମିଗାଁ, ନୁଆରୀପଦର, ଆଲାମି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରକୃତି ବିହାରର ଡ୍ରେନରେ ଆସୁଥିବା ପାଣି ଚୋକ ହେବାରୁ ଦୁର୍ଗନ୍ଧ ପାଣି ରାସ୍ତା ସମେତ ଘର ଭିତରକୁ ପଶିଥିବା ଦେଖିବାକୁ ମିଳିଛି ।
ସେହିପରି ଲଗାଣ ବର୍ଷାରେ ଫୁଲବାଣୀ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଡି ଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କେତେ ମଜବୁତରେ ପାର୍କ କାମ ହୋଇଥିଲା ।ଫୁଲବାଣୀ ସହର ସମେତ ଲଗାଣ ବର୍ଷାରେ କେତକ ସ୍ଥାନରେ କଚାଘର ଭୁଶୁଡିପଡିଥିବା ସୂଚନା ମିଳିଛି ।
ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି ।