ପଇଁଚକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

0 24

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡ଼ା ଗ୍ରାମ ସ୍ଥିତ ପଇଁଚକୁଳ +୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ କାର୍ୟ୍ୟକ୍ରମର ଶୁଭାରମ୍ଭରେ ପ୍ରଥମେ କଲେଜ କର୍ତ୍ତୃପକ୍ଷ, ଅତିଥିବୃନ୍ଦ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନତାଙ୍କ ଦ୍ୱାରା, ଏ ଶିକ୍ଷାନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ କୁମାର କର୍ଣ୍ଣଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସରେ କଲେଜକୁ ଭୁମିଦାନ କରିଥିବା ହରମୋହନ ବାରିକ, ବେଲାଲସେନ ଦେହୁରୀ, ନବୀନ ଦେହୁରୀ, ଦମଣୀ କର୍ମୀ, ଲଷ୍ମୀପ୍ରିୟା ବରାଳଙ୍କୁ ଅତିଥି ମାନଙ୍କ ଦ୍ୱାରା କଲେଜ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି ମହା ପର୍ବରେ ପଶ୍ଚିମବଙ୍ଗର, ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ, ଭଲ ପାଠ ପଢି କେମିତି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହେବେ ଏବଂ ଶିକ୍ଷା ସହ କେମିତି ଜଣେ ଭଲମଣିଷ ହୋଇପାରିବେ ଏବଂ ନିଜ ଜୀବନର ଚଲାପଥକୁ କିପରିଭାବେ କୁସୁମିତ କରିପାରିବେ, ଏ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ୭ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବବିତା କର୍ଣ୍ଣ ଓ ଜାମୁଡୋଲୀ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଅଖିଳ ପ୍ରଧାନ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଠମଲ୍ଲିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜୀବର୍ଧନ ବାରିକ, ପଇଁଚକୁଳ +୨ ବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହାନ୍ତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା କମିଟିର ସମ୍ପାଦକ ମାଧବଚନ୍ଦ୍ର ସାହୁ, ବାର୍ଷିକ ବିବରଣୀ ପାଠ କରିଥିଲେ । ଆଠମଲ୍ଲିକ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ଏ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମର ସଭାପତିତ୍ୱ କରିଥିଲେ । ଏ କାର୍ୟ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରମ୍ପାରିକ ନୃତ୍ୟ ସହ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏ କାର୍ୟ୍ୟକ୍ରମକୁ ଉପଭୋଗ କରିବା ପାଇଁ, ପଇଁଚକୁଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଏଡ଼ା ଗ୍ରାମପଞ୍ଚାୟତ ବାସୀଙ୍କ ସହ ନିକଟତମ ଗ୍ରାମମାନଙ୍କରୁ ବହୁ ଜନସମାଗମ ହୋଇଥିଲା ।

hiranchal ad1
Leave A Reply

Your email address will not be published.

three × two =