ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

0 96

ପାଟଣାଗଡ,୧୫/୧୨- ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ବିଭିନ୍ନ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତକରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଧାୟକଙ୍କ କରମକଳରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକର ମୁନାପାଳୀ ଗ୍ରାମର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ବିଧାୟକ ଶ୍ରୀ ମେହେର ଶୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ୭ ଗୋଟି ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିବାସହ ଆଗାମୀ ଦିନରେ ଏହାର ସମାଧାନ ଯଥାଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

hiring
ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମେହେର ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗ୍ରାମ ଗୁଡିକରେ ଲାଗି ରହିଥିବା ଅନେକ ସାମୁହିକ ସମସ୍ୟା ଅସୁବିଧା ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ବିଜେଡି ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା ପୁରୁଷ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 + 20 =