୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

0 40

ଭୁବନେଶ୍ୱର: ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କୌଣସି ପୃଥକ୍‌ ପାଣ୍ଠି ମଞ୍ଜୁର କରାଯାଇନାହିଁ। ଓଟିପି ପାଇଁ ବ୍ୟବହୃତ ମୋବାଇଲ ନମ୍ୱର ବ୍ୟତୀତ ରେଳ ଷ୍ଟେଶନରେ ପ୍ରଦାନ କରାଯାଇଥିବା ୱାଇ-ଫାଇ ସେବା ବ୍ୟବହାର କରିବା ପାଇଁ କୌଣସି ବ୍ୟକ୍ତିଗତ ସୂଚନା ମଗାଯାଇ ନାହିଁ। ଷ୍ଟେଶନରେ ୱାଇ-ଫାଇ ସୁବିଧା କାର୍ଯ୍ୟ କରିବା ସମ୍ପର୍କରେ କୌଣସି ସମସ୍ୟା ଆସିଲେ ରେଳ ପ୍ରଶାସନ ଦ୍ୱାରା ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ଦିଆଯାଇଛି । ସେହିପରି ଯାତ୍ରୀଙ୍କ ନିରାପଦ ଯାତ୍ରା ସୁନିଶ୍ଚିତ କରିବା ପାଇଁ ୧୭୩୧ ଷ୍ଟେଶନ ଏବଂ ୧୧,୯୫୩ କୋଚ୍‌ରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପ୍ରବେଶ/ପ୍ରସ୍ଥାନ ସ୍ଥାନ, ଫୁଟ୍‌ ଓଭର ବ୍ରିଜ୍‌, ପ୍ଲାଟ୍‌ଫର୍ମ ଇତ୍ୟାଦି ବାହ୍ୟ କ୍ଷେତ୍ର ଏବଂ ପ୍ରତୀକ୍ଷା ହଲ୍‌, ଟିକେଟ କାଉଣ୍ଟର ଇତ୍ୟାଦି ଭିତର କ୍ଷେତ୍ରକୁ କଭର କରିବା ପାଇଁ ପୂର୍ବରୁ ସିସିଟିଭି ସ୍ଥାପନ କରାଯାଇଥିଲା। ଚଳିତବର୍ଷ ଫେବୃଆରୀ ୧୫ ପରେ ନୂଆଦିଲ୍ଲୀ ଷ୍ଟେଶନ ପରିସରରେ କିଛି ନୂତନ କ୍ଷେତ୍ର ବିକଶିତ ହୋଇଥିଲା ଏବଂ ତଦନୁସାରେ ଏହି କ୍ଷେତ୍ରଗୁଡ଼ିକୁ କଭରକରିବା ପାଇଁ ଅତିରିକ୍ତ ସିସିଟିଭି ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ୨୫୦ ସିସିଟିଭି ଯୋଗାଇ ଦିଆଯାଇଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି। .

hiranchal ad1
Leave A Reply

Your email address will not be published.

nine + six =