ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ରେଶମ ଚାଷ ସମୂହ ଋଣ ଯୋଜନାର ଶୁଭାରମ୍ଭ

0 54

ଘୁ ଉଦୟଗିରି,୨/୪: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପରିସର ଠାରେ ଥିବା ପ୍ରେକ୍ଷାଳୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ରେଶମ ଚାଷ ସମୂହ ଋଣ ପ୍ରଦାନ କାର୍ଯ୍ୟକ୍ରମ ଉପରେ କନ୍ଧମାଳ ଜିଲ୍ଲା ରେଶମ ଚାଷୀ, ରେଶମ କାର୍ଯ୍ୟାଳୟର ଅଫିସର, ବୈଜ୍ଞାନିକ ଓୟୁଏଟି ଓ ଷ୍ଟେଟବ୍ୟାଙ୍କର କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍‌ଫେରେନ୍ସ ମାଧ୍ୟମରେ ଏକା ସାଙ୍ଗରେ ଅନୁଗୁଳ ଓ ଘୁ. ଉଦୟଗିରି ଠାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ସୁନିଲ କୁମାର ସାବତ ପରିଚାଳନା କରିଥିବାବେଳେ ରେଶମ ଚାଷର ପ୍ରକ୍ରିୟା ବିଷୟରେ ଜିଲ୍ଲା ରେଶମ ଅଧିକାରୀ ଶୁଭ୍ରାଂଶୁ ଶେଖର ଦାସ ପ୍ରକାଶ କରିଥିଲେ ଓ ପରେ ବ୍ରହ୍ମପୁର ଜୋନ ଷ୍ଟେଟ ବ୍ୟାଙ୍କ ଡିଜିଏମ ସତ୍ୟସିଂ ବୈରାଗୀ ଚାଷ ଋଣ ଅର୍ଥ ପରିଶୋଧ ଓ ବ୍ୟକ୍ତିଗତ ଆର୍ଥିକ ଅଭିବୃଦ୍ଧି ବିଷୟରେ ମତ ପ୍ରକାଶ କରିଥିଲେ । ଏସବିଆଇ ଫୁଲବାଣୀ ରେଜିଓନାଲ ମ୍ୟାନେଜର ହୃଦୟ ରଞ୍ଜନ ଦାସ ଚାଷୀମାନେ କିପରି ଋଣ ପାଇପାରିବେ ସେ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ । ତାଙ୍କ ସୂଚନା ମୁତାବକ ସମୁଦାୟ ବ୍ୟାଙ୍କଋଣରୁ ବ୍ୟାଙ୍କ ୯୦ ଶତକଡା ଦେବ ଓ ଶତକଡ଼ା ୧୦ ପ୍ରତିଶତ ଚାଷୀ ଦେବା ବିଷୟରେ କହିଥିଲେ । ପରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରେଶମ ଚାଷ ପ୍ରଣାଳୀ ଓ ପରିଚାଳନା ବିଷୟରେ ଭିଡିଓ ପ୍ରଦର୍ଶର୍ିତ ହୋଇଥିଲା । ଏହି ଭିଡ଼ିଓ କନଫରେନ୍ସ ଅନୁଗୁଳ ଷ୍ଟେଟବ୍ୟାଙ୍କ ପରିସରରୁ ସିଧା ପ୍ରସାରଣ ହେଉଥିବାବେଳେ ଘୁ. ଉଦୟଗିରି ବ୍ଲକ ପରିସର ମଧ୍ୟରେ ପ୍ରାୟ ବିଭିନ୍ନ ଅଞ୍ଚଳରୁ ୧୫୦ ଜଣ ରେଶମଚାଷୀ ଏହି ଋଣ ଯୋଜନା କର୍ମଶାଳାରେ ଯୋଗ ଦେଇଥିଲେ । ସିଧା ପ୍ରସାରଣ ଦ୍ୱାରା ଚାଷୀ କିପରି ରେଶମ ଚାଷକରି ବର୍ଷକୁ ଲକ୍ଷଲକ୍ଷ ଟଙ୍କା ଲାଭବାନ ହେବେ, ସେହି ବିଷୟରେ ପ୍ରତିକ୍ରିୟା ରଖିଥିଲେ ରେଶମ ଚାଷରେ ସଫଳତା ପାଇଥିବା ଚାଷୀ । ଚାଷୀମାନଙ୍କ ସୁବିଧା ନିମନ୍ତେ ବା ବୁଝିବା ନିମନ୍ତେ ରେଶମ ଚାଷ କିପରି କରିବା ସେ ବିଷୟରେ ଭିଡ଼ିଓ ମଧ୍ୟ ଦେଖାଇଥିଲେ । ବିଳମ୍ବରେ ଭର୍‌ଚୁଆଲ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଗୁଳରେ କରାଯାଇଥିଲା । ଏହି ଋଣ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ୧୦୦ ଜଣ ଚାଷୀଙ୍କୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ଫିରିଙ୍ଗିଆରୁ ୫୦ ଜଣ, ଟିକାବାଲି ବ୍ଲକରୁ ୨୦ ଜଣ ଓ ଘୁ. ଉଦୟଗିରି ବ୍ଲକରୁ ୬୦ ଜଣ ଚାଷୀ ଋଣ ମଞ୍ଜୁରୀପତ୍ର ଗ୍ରହଣ ନିମନ୍ତେ ଆସିଥିଲେ । ଭାରତୀୟ ଷ୍ଟେଟବ୍ୟାଙ୍କର ଏହି ପ୍ରୟାସ ଯେ ସମସ୍ତ ଚାଷୀ ଯେପରି ରେଶମ ଚାଷ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେବେ ସେଥିନିମନ୍ତେ ବ୍ୟାଙ୍କ୍‌ ପକ୍ଷରୁ ଏହି ଯୋଜନା କରାଯାଉଥିବା ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ଏ ଡି ବି ବ୍ୟାଙ୍କ୍‌ ମୁଖ୍ୟ ମୁକୁତ୍‌ ଲାଲ ଟପ୍ନ , ଘୁ. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ଏ ଡି ଓ ଅଜୟ ପଣ୍ଡା, ଘୁ. ଉଦୟଗିରି ବ୍ଲକ ଉପସ୍ଥିତ ଥିବାବେଳେ ଭର୍‌ଚୁଆଲ ମାଧ୍ୟମରେ ଅଭୟ କିଶୋର ପାଣ୍ଡେ, ସିଦ୍ଧାର୍ଥ ଶେଖର ସ୍ୱାଇଁ ଓ ସିଜିଏମ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × one =