ଘୁ. ଉଦୟଗିରି ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

0 69

ଘୁ. ଉଦୟଗିରି,୩୦/୩ :- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ନବନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ପରିଷଦ ବୈଠକ ଡାକିଥିଲେ ନିର୍ବାଚନ ଅଧିକାରୀ ତଥା ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ଓ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସମସ୍ତ ନବନିର୍ବାଚିତ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କୁ ସ୍ୱାଗତ ଜଣାଇଥିଲେ । ବୈଠକ ଆରମ୍ଭରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ସ୍ୱାଗତ କରିବାସହ ବୈଠକ ପରିଚାଳନା ନିମନ୍ତେ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ଅଧିକାରୀ ସମସ୍ତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହ ପରିଷଦ ନିମନ୍ତେ ଉପାଧ୍ୟକ୍ଷ ଆସନ ନିର୍ବାଚନ ନିମନ୍ତେ ସମୟ ଓ ତାରିଖ ଘୋଷଣା କରିଥିଲେ । ଆସନ୍ତା ଅପ୍ରେଲ ୭ତାରିଖ ଦିନ ସକାଳ ୧୦ ଘଣ୍ଟିକା ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ, ୧୧ ରୁ ୧୨ ଘଣ୍ଟିକା ନାମାଙ୍କନ ପତ୍ର ଯାଞ୍ଚ୍‌ ଓ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ, ୧.୩୦ ଠାରୁ ୩.୩୦ ପର୍ଯ୍ୟନ୍ତ ଭୋଟ ଗ୍ରହଣ ସମୟ ଥିବା ବେଳେ ଭୋଟିଂ ସରିବା ପରେ ଗଣତି ଓ ଫଳାଫଳ ଘୋଷଣା ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ନୂତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ସ୍ଥାନୀୟ ପାନୀୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଗ୍ରୀଷ୍ମ ଋତୁରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସାଧାରଣଙ୍କୁ ସଠିକ୍‌ ଜଳଯୋଗାଣ ବ୍ୟବସ୍ଥା ପାଇଁ କହିଥିଲେ ଓ ଅଞ୍ଚଳର ବିଦ୍ୟୁତ୍‌ ବିଭାଗ ସଞ୍ଚାଳନ ନିମନ୍ତେ ଥିବା ଅଧିକାରୀଙ୍କୁ ସମସ୍ତ ସାହି ଓ ସହରରେ ଥିବା ଷ୍ଟ୍ରିଟଲାଇଟ୍‌ ଗୁଡ଼ିକୁ ସଜାଡ଼ିବା ପାଇଁ କହିଥିଲେ । ପ୍ରଥମ ବୈଠକରେ ସମସ୍ତ କାଉନସିଲର ନିଜ ୱାର୍ଡ଼ର ଜଳ ସମସ୍ୟାକୁ ଉପସ୍ଥାପନ କରିବା ସହ ତାର ସମାଧାନ ପାଇଁ ଯୁକ୍ତି ବାଢ଼ିଥିଲେ । ଆଜିର ବୈଠକରେ ସମସ୍ତ କାଉନସିଲର ଉପସ୍ଥିତ ରହିଥିବା ବେଳେ କେବଳ ୫ ନମ୍ବର ୱାର୍ଡ କାଉନସିଲର ପି. ସଞ୍ଜୀବ ପାତ୍ର ଅନୁପସ୍ଥିତ ରହିଥିଲେ । ଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × three =