ଘୁ.ଉଦୟଗିରି ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ

0 70

ଘୁ.ଉଦୟଗିରି,୨୦/୨: ଆସନ୍ତା ୨୨ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ ଘୁ ଉଦୟଗିରି ବ୍ଲକରେ ଅନୁଷ୍ଠିତ ହେବ । ୧୧୨ ଗୋଟି ବୁଥରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ । ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଶାନ୍ତି ଶୃଙ୍ଖଳା ସହିତ ଭୋଟରମାନେ କିପରି ଭୋଟ ଦେବେ ସେଥିପାଇଁ ପ୍ରସ୍ତୁତି କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ବ୍ଳକର ୧୧୨ ଗୋଟି ବୁଥ ମଧ୍ୟରୁ ୫୧ ଗୋଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭ ଗୋଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଏହି ୭ ଗୋଟି ଅତି ସମ୍ବେଦନଶୀଳ ବୁଥ କତିଙ୍ଗିଆ ପଞ୍ଚାୟତ ମଧ୍ୟରେ ରହିଛି । ଏହି ପଞ୍ଚାୟତରେ ୧୩ ଗୋଟି ବୁଥ ରହିଛି ସେମାନଙ୍କ ମଧ୍ୟରୁ ୭ ଗୋଟି ଅତି ସମ୍ବେଦନଶୀଳ ବୁଥ ଥିବା ବେଳେ ୩ ଟି ସମ୍ବେଦନଶୀଳ ବୁଥ ରହିଛି । କଳିଙ୍ଗା ପଞ୍ଚାୟତରେ ୨୦ ଟି ବୁଥ ଥିବାବେଳେ ୬ଗୋଟି ସମ୍ବେଦନଶୀଳ ବୁଥ, ଲିଙ୍ଗାଗଡ଼ ପଞ୍ଚାୟତରେ ୧୨ ଗୋଟି ବୁଥ ମଧ୍ୟରୁ ୬ଗୋଟି ସମ୍ବେଦନଶୀଳ ବୁଥ, ରଟିଙ୍ଗିଆ ପଞ୍ଚାୟତରେ ୧୪ ଗୋଟି ବୁଥ ମଧ୍ୟରୁ ୮ ଗୋଟି ସମ୍ବେଦନଶୀଳ ବୁଥ, ମାଲିକାପଡି ପଞ୍ଚାୟତରେ ୧୬ଟି ବୁଥ ମଧ୍ୟରୁ ୧୦ ଗୋଟି ସମ୍ବେଦନଶୀଳ ବୁଥ, ଗ୍ରେସିଙ୍ଗିଆ ପଞ୍ଚାୟତରେ ୧୩ ଗୋଟି ବୁଥ ମଧ୍ୟରୁ ୬ଗୋଟି ସମ୍ବେଦନଶୀଳ ବୁଥ, ତଲାରୀମାହା ପଞ୍ଚାୟତାରେ ୧୧ ଗୋଟି ବୁଥ ଥିବାବେଳେ ୪ଗୋଟି ସମ୍ବେଦନଶୀଳ ବୁଥ ରହିଛି ଯେଉଁଠାରେ ସବୁଠାରୁ ଅଳ୍ପ ବୁଥ ରହିଛି । ରାଇକଲା ପଞ୍ଚାୟତରେ ୧୩ଟି ବୁଥ ଥିବାବେଳେ ୧୦ଟି ସମ୍ବେଦନଶୀଳ ବୁଥ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି । ଏହା ସହ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ବ୍ୟାପକ ପୋଲିସ ମୁତୟନ ସହ ପେଟ୍ରୋଲିଂ କଡାକଡି କରାଯିିବା ନିମନ୍ତେ ସ୍ଥିର କରାଯାଇଛି । ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା ୮ ଗୋଟି ପଞ୍ଚାୟତ ମଧ୍ୟରେ ୧୧୨ ଗୋଟି ବୁଥ ମଧ୍ୟରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏହି ତ୍ରିସ୍ତରୀୟ ନିର୍ବାଚନରେ ୮ ଗୋଟି ପଞ୍ଚାୟତ ମଧ୍ୟରେ ୨୮୯୧୦ ଜଣ ପ୍ରାର୍ଥୀ ଭୋଟ ଦେବେ । ସେଥିମଧ୍ୟରୁ ମାଲିକାପଡି ପଞ୍ଚାୟତରେ ୧୬ ଗୋଟି ବୁଥ ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ସର୍ବମୋଟ ୪୮୧୧ ଜଣ ଭୋଟର,୨୨୫୬ ଜଣ ପୁରୁଷ,୨୫୨୫ ଜଣ ମହିଳା ଭୋଟ ଦେବେ । ଗ୍ରେସିଙ୍ଗିଆ ପଞ୍ଚାୟତ ମଧ୍ୟରେ ୧୩ଗୋଟି ବୁଥ ଥିବାବେଳେ ସର୍ବମୋଟ ୩୦୧୮ ଜଣ ଭୋଟର ମଧ୍ୟରେ ୧୪୪୯ ପୁରୁଷ ଓ ୧୫୬୮ମହିଳା ଓ ୧ ଜଣ ତୃତୀୟ ଲିଙ୍ଗି ଭୋଟ ଦେବେ । ରାଇକଲା ପଞ୍ଚାୟତରେ ୧୩ ଗୋଟି ବୁଥ ଥିବାବେଳେ ସର୍ବମୋଟ ୨୯୯୫ ଭୋଟର,୧୪୧୬ ଜଣ ପୁରୁଷ ଓ ୧୫୭୯ ମହିଳା ଭୋଟ ଦେବେ । ତଲାରୀମାହା ପଞ୍ଚାୟତରେ ୧୧ଗୋଟି ବୁଥ ଥିବାବେଳେ ସର୍ବମୋଟ ୨୧୦୪ ଜଣ ଭୋଟରମାନେ ଅର୍ଥାତ ୧୦୫୩ ଜଣ ପୁରୁଷ, ୧୦୫୧ ଜଣ ମହିଳା ଭୋଟ ଦେବେ । ଲିଙ୍ଗାଗଡ଼ ପଞ୍ଚାୟତରେ ୧୨ ଗୋଟି ବୁଥ ଥିବାବେଳେ ସର୍ବମୋଟ ୨୭୧୮ ଜଣ ଭୋଟର ମଧ୍ୟରୁ ୧୨୬୨ ଜଣ ପୁରୁଷ ଓ ୧୪୪୫ମହିଳା ଓ ୫ଜଣ ତୃତୀୟ ଲିଙ୍ଗି ଭୋଟର ଭୋଟ ଦେବେ । କତିଙ୍ଗିଆ ପଞ୍ଚାୟତରେ ୧୩ ଗୋଟି ବୁଥ ଥିବାବେଳେ ସର୍ବମୋଟ ୩୬୯୭ ଜଣ ଭୋଟରମାନଙ୍କ ମଧ୍ୟରୁ ୧୭୯୮ଜଣ ପୁରୁଷ ଓ ୧୮୯୯ ଜଣ ଭୋଟର ଭୋଟ ଦେବେ । ରଟିଙ୍ଗିଆ ପାଞ୍ଚାୟତରେ ୧୪ଟି ବୁଥ ଥିବାବେଳେ ୩୬୮୦ ଜଣ ସର୍ବମୋଟ ଭୋଟର ଥିବା ବେଳେ ୧୭୫୨ ଜଣ ପୁରୁଷ ଓ ୧୯୨୮ ଜଣ ମହିଳା ଭୋଟରମାନେ ଭୋଟ ଦେବେ । କଳିଙ୍ଗା ପଞ୍ଚାୟତରେ ୨୦ଗୋଟି ବୁଥ ଥିବାବେଳେ ୫୮୯୦ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୭୭୨ ପୁରୁଷ ଓ ୩୧୧୮ ଜଣ ମହିଳା ଭୋଟରମାନେ ଭୋଟ ଦେବେ । ଘୁ.ଉଦୟଗିରି ବ୍ଳକ ପକ୍ଷରୁ ସମୁଦାୟ ୬ ଜଣ ତୃତୀୟ ଲିଙ୍ଗି ଭୋଟରମାନେ ଭୋଟ ଦେଉଛନ୍ତି ଓ ସର୍ବାଧିକ ମହିଳା ଭୋଟରମାନେ ପୁରୁଷଙ୍କଠାରୁ ଭୋଟ ଦେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

four × five =