ପୂର୍ତ୍ତଯନ୍ତ୍ରୀଙ୍କ କେଳେଙ୍କାରୀ: ବିନା ଟେଣ୍ଡରରେ ବିକ୍ରି କରିଥିବା ୪୦ ଲକ୍ଷ ଟଙ୍କାର ପୁରୁଣା ଲୁହା ସାମଗ୍ରୀର ତଦନ୍ତ ଜାରି

0 123

ଘୁ.ଉଦୟଗିରି,୧୭/୮- ପୂର୍ତ୍ତବିଭାଗ କନ୍ଧମାଳ ଜିଲ୍ଲା ସେକ୍ସନ ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁଙ୍କ ଦ୍ୱାରା ଏକ ମହା କେଳେଙ୍କାରୀ ଓ ଦୁର୍ନୀତି ସାମ୍ନାକୁ ଆସିଛି । ବିଗତ ଦିନମାନଙ୍କରେ ଘୁ. ଉଦୟଗିରି ବିଧାୟକ ମଧ୍ୟ ତାଙ୍କ ବିଷୟରେ ସରକାରଙ୍କୁ ଚିଠି ଲେଖିଥିଲେ ଅନ୍ୟତ୍ର ବଦଳି ନିମନ୍ତେ କାରଣ ବହୁବର୍ଷ ହେଲା ସେ ଏହି ସ୍ଥାନରେ ରହି ବିଭିନ୍ନ ସମୟରର ବିଭିନ୍ନ ଦୁର୍ନୀତିରେ ଜଡିତ ରହିଥିବା ଅଭିଯୋଗ ରହିଛି । ନିକଟରେ ସେ ପୁଣି ଦୁଇଟି ଟ୍ରକରେ ପୁରୁଣା ସ୍କ୍ରାପ ବିନା ଅଧିକାରୀଙ୍କ ଜାଣତରେ ବାହାରକୁ ବିକ୍ରି କରିଦେଇଥିବା ଦୃଶ୍ୟ ହସ୍ତଗତ ହୋଇଥିଲା ଓ ଖବର ମଧ୍ୟ ପ୍ରସାରଣ ହୋଇଥିଲା । ତାକୁ ଆଧାର କରି ଆଜି ନିର୍ବାହୀଯନ୍ତ୍ରୀ ପି. ସାମନ୍ତରାୟ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କଳିଙ୍ଗା କାର୍ଯ୍ୟାଳୟକୁ ଆସି ଅନୁସନ୍ଧାନ ବା ଛାନଭିନ କରୁଥିବାର ପ୍ରକାଶ କରିଛନ୍ତି ।

hiring

ସୂଚନା ଅନୁସାରେ ନିର୍ବାହୀଯନ୍ତ୍ରୀ କହିଛନ୍ତି ଚଳିତ ମାସ ୧୧ତାରିଖର ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ଆଜି ସତ୍ୟସତ୍ୟା ଜାଣିବା ପାଇଁ ପ୍ରାଥମିକ ତଦନ୍ତ କରିବା ପାଇଁ ଏବଂ କେତେ ଜିନିଷ ଗଛିତ ଥିଲା ଓ ଏବେ କଣ ଅଛି ଓ କେତେ ପରିମାଣରେ ଜିନିଷ ବିକ୍ରି କରାଯାଇଛି ସେ ସମସ୍ତ ତଦାରଖ କରିବାପାଇଁ ଆସିଥିବା ପ୍ରକାଶ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଏହି କାର୍ଯ୍ୟାଳୟ ପରିସରରୁ ରଦି ଜିନିଷ ବେନିୟମ ଭାବେ ସହକାରୀ ଯନ୍ତ୍ରୀ ବିକ୍ରି କରିଛନ୍ତି । ଯାହାକୁ ନିର୍ବାହୀ ଯନ୍ତ୍ରୀ ସ୍ୱୀକାର କରିଛନ୍ତି । କେତେ ବିକ୍ରି କରିଛନ୍ତି ତାର ହିସାବ କରିବେ ନିର୍ବାହୀ ଯନ୍ତ୍ରୀ । ଦେଖାଯାଉ ତଦନ୍ତ କେତେ ଦୂର ଆଗଉଛି କଣ ଫଳ ଆସୁଛି ।

hiranchal ad1
Leave A Reply

Your email address will not be published.

eighteen + four =