ବହୁ ଚର୍ଚ୍ଚିତ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା,ଛାତ୍ରୀ ଓ ଶିଶୁ ମୃତ

0 125

ଘୁ.ଉଦୟଗିରି, ୭/୧୦: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଝିଅ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । କୌଣସି କାରଣରୁ ଝିଅ ଗର୍ଭବତୀ ହୋଇଥିବା ସ୍କୁଲ୍‌ କର୍ତ୍ତୃପକ୍ଷ ଜାଣିପାରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଗତ ୨୩/୯/୨୨ ଦିନ ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ବେଲଘର ପୋଲିସ ୪୩/୨୨ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ଶିଶୁ ସୁରକ୍ଷା କମିଟିର ମିଳିତ ତଦନ୍ତ ପରେ ଉକ୍ତ ବାଳିକାକୁ ବ୍ରହ୍ମପୁର ମେଡ଼ିକାଲ ନେଇ ଚିକିତ୍ସା କରିଥିଲେ ସେଠାରୁ ଆଣି ଘୁ.ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନରେ ଶିଶୁ ସୁରକ୍ଷା କମିଟି କନ୍ଧମାଳ ପକ୍ଷରୁ ଗତ ୩୦ ତାରିଖ ଦିନ ଆଣି ରଖିଥିଲେ, କିନ୍ତୁ ଗତ ୫ ତାରିଖଦିନ ରାତି ପ୍ରାୟ ୧୧:୪୫ ମିନିଟ ସମୟରେ ଉକ୍ତ ବାଳିକା ଅଣ୍ଟା ବ୍ୟଥା ହେଉଥିବା ଅନୁଭବ କରି ନିଜର ସହଯୋଗୀଙ୍କୁ କହିଥିଲେ । ଖବର ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଯୋଗ କରାଯାଇଥିଲା । ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଉକ୍ତ ବାଳିକା ଜଣକ ଏକ ଶିଶୁ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ନବଜାତ ଶିଶୁ ଓ ବାଳିକାଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ନବଜାତ ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବାଳିକା ଜଣକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସା ହେଉଥିଲେ । ଉକ୍ତ ଘଟଣାରେ ସ୍ଥାନୀୟ ଥାନା ପକ୍ଷରୁ ନବଜାତ ମୃତ ଶିଶୁକୁ ଉଦ୍ଧାର କରିବା ସହ କେସ ନମ୍ବର ୦୭/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ଶିଶୁକୁ ପରିବାରକୁ ହସ୍ତାନ୍ତର କରି ଶବ ସତ୍କାର କରିଥିଲେ । ସେପଟେ ଆଜି ଉକ୍ତ ଝିଅ ମଧ୍ୟ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ମେଡ଼ିକାଲ ପକ୍ଷରୁ ସୂଚନା ରହିଛି । ଘଟଣାସ୍ଥଳକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ କୁମାର୍‌ ତ୍ରିପାଠୀ ଓ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କେସ ନମ୍ବର ୮/୨୨ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରି ସମସ୍ତ ପରିବାର ଉପସ୍ଥିତିରେ ପଞ୍ଚନାମା କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛନ୍ତି,ତେବେ ଏଠାରେ ପ୍ରଶ୍ନ ଉଠେ ଗର୍ଭବତୀ ଝିଅର ମୃତ୍ୟୁ ପାଇଁ ଦାୟୀ କିଏ ? ?

hiranchal ad1
Leave A Reply

Your email address will not be published.

1 + one =