ଘୁ ଉଦୟଗିରି,୫/୧୦- ଘୁ. ଉଦୟଗିରି ବ୍ଲକରେ ଅନେକ ଦିନ ହେବ ବ୍ଳକ ଚେୟାରମେନ ଦୀପ୍ତିରେଖା ପ୍ରଧାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଘୁ ଉଦୟଗିରି ବ୍ଲକର ସମିତି ସଭ୍ୟ ଓ ସରପଞ୍ଚମାନେ ଆନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହାରି ଉପରେ ଭୋଟ ମଧ୍ୟ ସରିଥିଲା ଏବଂ ଶ୍ରୀମତୀ ଦୀପ୍ତିରେଖା ପ୍ରଧାନ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ରହିତାଦେଶ ମଧ୍ୟ ଆଣିଥିଲେ । ସେ ଦୁଇ ଦୁଇ ଥର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ଏହାରି ଉପରେ ରୋକ ମଧ୍ୟ ଲଗେଇବା ପାଇଁ ସକ୍ଷମ ହୋଇଥିଲେ,ଏବଂ ଫଳାଫଳ ମଧ୍ୟ ଶୁନ ରହିଥିଲା । ଗତ ୫ ତାରିଖର ଆନାସ୍ଥା ଭୋଟ ଅନୁସାରେ ମୋଟ ସଭ୍ୟସଭ୍ୟାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶରୁ ଉର୍ଦ୍ଧ ସଭ୍ୟ ସଭ୍ୟା ଉପସ୍ଥିତି ରହି ଆନାସ୍ଥା ସପକ୍ଷରେ ମତ ଦେଇଥିଲେ । ଏହାକୁ ଆଧାର କରି ଗତକାଲି ଶ୍ରୀମତୀ ଦୀପ୍ତିରେଖା ପ୍ରଧାନଙ୍କୁ ବ୍ଳକ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ କରାଯାଇଥିଲା ଏବଂ ହୃଦାନନ୍ଦ କହଁରଙ୍କ ଦାୟିତ୍ୱ ନେବା ନିମନ୍ତେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ଘୁ ଉଦୟଗିରି ବ୍ଳକ ସଭାଗୃହରେ ପାରମ୍ପାରିକ କୁଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୃଦାନନ୍ଦ କହଁରଙ୍କ ଘୁ ଉଦୟଗିରି ବ୍ଲକର ସରପଞ୍ଚ ଓ ସଭ୍ୟସଭ୍ୟା ସ୍ୱାଗତ କରିବା ସହିତ ପୁଷ୍ପଗୁଛ ଦେଇ ଶୁଭକାମନା କରିଥିଲେ । ପରେ ସଭାଗୃହରେ ସମସ୍ତ କର୍ମୀମାନଙ୍କ ଉପସ୍ଥିତରେ ଏକ ବୈଠକ ଆୟୋଜନ କରାଯାଇଥିଲା ଏବଂ ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଏମପି ପ୍ରତିନିଧି ଘୁ ଉଦୟଗିରି ଶାମନ୍ତ ଦିଗାଲ ସଭାପତିତ୍ୱ କରିଥିବା ବେଳେ ନବନିର୍ବାଚିତ ଚେୟାରମ୍ୟାନ ହୃଦାନନ୍ଦ କହଁର, ଲିଙ୍ଗରାଜ କହଁର, ବ୍ଳକ ସଭାପତି, ଘୁ ଉଦୟଗିରି, ଅଶ୍ୱିନୀ କୁମାର ନାୟକ, ପୂର୍ବତନ କାଉନସିଲର ଘୁ ଉଦୟଗିରି, ମଞ୍ଚାସିନ ରହିଥିବା ବେଳେ କିଶୋର କୁମାର ପ୍ରଧାନ,ସୀମାଞ୍ଚଳ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଅବନେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତଥିଲେ ।