ଗଜପତି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ଉପସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ ବେଡ଼ ସଂଖ୍ୟା ବୃଦ୍ଧି କରିବା ଇଣ୍ଡୋଶକପି ମେସିନ ଏମ୍ ଆର ଆଇ ସକାଶେ ଉଲ୍ଲେଖ ରହିଛି । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଉପାନ୍ତ ଅଞ୍ଚଳ ହୋଇ ଥିବାରୁ ଏହି ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାର ବହୁ ଜନସାଧାରଣ ନିର୍ଭର କରିଥାନ୍ତି । ସରକାର ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ସାଧାରଣତଃ ରୋଗୀ ସକାଶେ ବେଡ଼ ସଂଖ୍ୟା ବୃଦ୍ଧି ନପାଇବା ଓ ରୋଗୀ ବେଡ଼ ନ ପାଇ ତଳେ ଚିକିତ୍ସା ହେବା ଦୃଶ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଗଜପତି ଜିଲ୍ଲା ବିଜେପି ଆଜି ଏକ ସ୍ମାରକପତ୍ର ଜରିଆରେ ସି.ଡି.ଏମ୍.ଓ ଓ ଏ.ଡି.ଏମ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସମ୍ପାଦିକା କେ ପୂଣ୍ୟବତୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନା, କେ. ଯୁବରାଜଙ୍କ ସମେତ ବିଜେପି କର୍ମୀ ଓ ନେତା ଉପସ୍ଥିତ ଥିଲେ ।