ଶିଶୁଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଓ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ

0 67

ଗଜପତି/ପାରଳାଖେମୁଣ୍ଡି, ୨/୪- ଉତ୍କଳ ଦିବସ ଅବସରରେ ଆକ୍ସନଏଡ଼ ଓ ଜିଲ୍ଲାପ୍ରଶାସନ ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁମିତ୍ର ପଞ୍ଚାୟତ ନାରାୟଣପୁର ଓ ଜିରାଙ୍ଗର ଚାରୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷାକୁ ପ୍ରାଧାନ୍ୟଦେଇ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ ନିମନ୍ତେ ନାରାୟଣପୁର ପଞ୍ଚାୟତର ସେବକପୁର ଗ୍ରାମଠାରେ ରାୟଗଡ ପଞ୍ଚାୟତ ସମିତିର ଜ୍ୟୋତି ପ୍ରସାଦ ପାଣି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମ ଶିକ୍ଷକ, ଗ୍ରାମର ମୁଖିଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ସେହିଭଳି ଜିରାଙ୍ଗ ଗ୍ରାମରେ, ଜିରାଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ରିସପା ଭୂୟାଁ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ । ଏଥିସହ ସ୍ୱାସ୍ଥ୍ୟକର୍ମୀ, ୱାର୍ଡମେମ୍ବର, ଶିକ୍ଷକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଗ୍ରୀଷ୍ମକାଳରେ ବିଦ୍ୟାଳୟ ବନ୍ଦରହିବା ବା ଛୁଟି ରହିବାକୁ ଆଖିଆଗରେ ରଖି ଶିଶୁମାନେ କିପରି ଭାବରେ ନିଜ ଅଞ୍ଚଳରେ ଦେୟମୁକ୍ତ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଗ୍ରୀଷ୍ମ ତିନିମାସ ଶିକ୍ଷାରୁ ବାଦ୍‌ ନପଡିବେ ଓ ଶିକ୍ଷା ସହ ଯୋଡି ରହିବାର ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏହି ଶିକ୍ଷାକେନ୍ଦ୍ର ମାଧ୍ୟମରେ ଜିରାଙ୍ଗ ଗ୍ରାମରୁ ୨୫ ଜଣ ଶିଶୁ, ଗାଲଗଣ୍ଡା ଗ୍ରାମରୁ ୨୦ଶିଶୁ, ସେବକପୁର ଗ୍ରାମରୁ ୧୫ଜଣ ଶିଶୁ ଓ ଲାଲୁ ସାହି ଗ୍ରାମରୁ ୧୫ଜଣ ଶିଶୁ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉପକୃତ ହେବେ । ଏହି କାର୍ଯ୍ୟକ୍ରମକୁ ଆକ୍ସନଏଡ଼ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର, ବ୍ଲକ ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × three =