ଓଡ଼ିଶା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ଲେଖକ ଲେଖିକା ପୁସ୍ତକ ଲୋକାର୍ପଣ

0 69

ଗଜପତି/ପାରଳାଖେମୁଣ୍ଡି, ୨/୪- ୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଶିନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରନନ୍ଦ ବେବର୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ ସମ୍ପାଦନାରେ ଗଜପତି ଜିଲ୍ଲାର ଲେଖକ ଲେଖିକା ପରିଚୟ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବହିଟିକୁ ଲୋକାର୍ପଣ କରିଥିଲେ । ମୁଖ୍ୟବକ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ବକ୍ତା ଡ଼.ଅଜୟ କୁମାର ତ୍ରିପାଠୀ, ଡ଼. କଲ୍ୟାଣୀ ମିଶ୍ର ,ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତା, କିରଣ କୁମାର ମହାନ୍ତି ଯୋଗଦାନ କରି ଉତ୍କଳ ଦିବସରେ ଉତ୍କଳୀୟଙ୍କ ଭାଷା ପ୍ରୀତି ଏବଂ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଭାଷା ଆମର ଜୀବନ, ପ୍ରାଣ, ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଁଚେଇବା ଆମର କର୍ତ୍ତବ୍ୟ । ସମ୍ପ୍ରତି ଆମ ଭାଷା ଜାତୀୟସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି । ଏହା ଆମପାଇଁ ଅତୀବ ଗୌରବ ବିଷୟ ବୋଲି ବକ୍ତାମାନେ କହିଥିଲେ । ତ୍ରିପତି ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ଆସଲତ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ, ମୀନାକୁମାରୀ ଟହଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ୱେତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଡି. ପ୍ରିୟଙ୍କା ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ମୁରଲି ଧର ପରିଚ୍ଛା, ବିଷ୍ଣୁ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 16 =