ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର

0 62

ଗଜପତି,୨୧/୨- ମାନ୍ୟବର ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ୍‌ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍‌ ଶ୍ରୀ ହେମନ୍ତ କୁମାର ସେଠୀ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ଅଧିକାରୀ ଶ୍ରୀ ଦୀପଙ୍କର ପଟ୍ଟନାୟକ, ପ୍ରାଧିକରଣର ସଚିବ ଶ୍ରୀ ରବିନାରାୟଣ ବେହେରା,ସିଭିଲ କୋର୍ଟ ରେଜିଷ୍ଟର ଶ୍ରୀ ସତ୍ୟବ୍ରତ ରାଣା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଗଜପତି ଯୋଗଦେଇ ସର୍ବୋଚ୍ଚ଼ ଅଦାଲତଙ୍କ ବିଭିନ୍ନ ନିୟମାବଳୀ ଓ ମୋଟର ଜନିତ ଦୁର୍ଘଟଣା ପରେ ଅଭିଯୋଗକାରୀ ଚାଳକଙ୍କ ପ୍ରତି ପୋଲିସ ଓ ପ୍ରଶାସନର କର୍ତ୍ତବ୍ୟ ଏବଂ ମଧ୍ୟସ୍ଥତା ଦ୍ୱାରା ଏହାର କିପରି ସମାଧାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ବରିଷ୍ଠ ଦେୱାନି ଅଧିକାରୀ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଜପତି ଯୋଗ ଦେଇ ତୃଣମୂଳ ସ୍ତରରୁ କିପରି ସମସ୍ତ ବ୍ୟକ୍ତି ମାଗଣା ଆଇନସେବା ପାଇପାରିବେ ଉକ୍ତ ବିଷୟରେ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୋଲିସ ଅଧିକାରୀ ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × one =