ନୃସିଂହନାଥ ମଠରେ ଭାଗବତ ପାରାୟଣ

0 68

ଗଜପତି,୮/୫- ପାରଳାଖେମୁଣ୍ଡିସ୍ଥିତ ନୃସିଂହନାଥ ମଠ ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି । ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା ଶୁଭାଦିବସ ହୋଇଥିଲା । ମଇ ମାସ ୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର କୁମରଡା ରାଧାକୃଷ୍ଣ ମନ୍ଦିରର ମହନ୍ତ ସନ୍ଥ ଚରଣ ଦାସଜୀ ମହାରାଜ ଭାଗବତ ପାରାୟଣ କରିଥିଲେ । ଜଗନ୍ନାଥ ଧାମର ପଣ୍ଡିତ ମହନ୍ତ ଶ୍ରୀ ଛନ୍ଦା ଚରଣ ଦାସଜୀ ମହାରାଜ ପ୍ରବଚନ ଦେଇଥିଲେ । ଏହି ଭାଗବତ ପାରାୟଣରେ ଶୁକଦେବ ଆଗମନ, ୧୦ ଅବତାର ବର୍ଣ୍ଣନା , ଧ୍ରୁବଙ୍କ ଚରିତ୍ର , ପ୍ରଭଞ୍ଜନ ଉପାଖ୍ୟାନ , କପିଳ ଭଗବାନଙ୍କ ଅବତାର , ପୁରଞ୍ଜନ ଉପାଖ୍ୟାନ , ଅଜାମିଳ ଉପାଖ୍ୟାନ , ଭକ୍ତ ପ୍ରହ୍ଲାଦଙ୍କ ଚରିତ୍ର , ଗଜଧାରଣ ବାମନ ଅବତାର ଲୀଳା , ସମୁଦ୍ର ମନ୍ଥନ ଲୀଳା , ଦଶମ ସ୍କନ୍ଧ , ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା , ନନ୍ଦୋତ୍ସବ , ଗିରି ଗୋବର୍ଦ୍ଧନ ପୂଜା , ରୁକୁଣୀ ବିବାହ , ମଥୁରା ଗମନ , ଦ୍ୱାରିକା ଲୀଳା , ହଂସା ଉପାଖ୍ୟାନ , ଦ୍ୱାଦାଶ ସ୍କନ୍ଧ ସଂଚିତ ବିବରଣୀ ଆଦି ସ୍ଥାନ ପାଇଛି । ଏହି ମହୋତ୍ସବରେ ଶ୍ରୀଧାମ ବୃନ୍ଦାବନ ଧାମରୁ ଶ୍ରୀ ମହନ୍ତ ସତ୍ୟ ହରିଣ ଦାସ ମହାରାଜ , ମହନ୍ତ ଶ୍ରୀକୃଷ୍ଣ ଚୈତନ୍ୟ ଦାସ ଜୀ ମହାରାଜ , ପୁରୀ ଧାମରୁ ମହନ୍ତ ସନାତନ ଦାସ ଜୀ ମହାରାଜ , ପାରଳାଖେମୁଣ୍ଡି ଦେବୀ ମଠ ମହନ୍ତ ଶ୍ରୀ ସୀତାରାମ ଦାସ ଜୀ ମହାରାଜ ପ୍ରମୁଖ ଆସି ଯୋଗ ଦେଇଛନ୍ତି । ଏହି ମହୋତ୍ସବରେ ପାରଳାର ସଂକୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ଭଜନ , ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀର କିଶୋର ପଟ୍ଟନାୟକ , ରବିନାରାୟଣ ଚୌଧୁରୀ , ଜସମିନ ଗମାଙ୍ଗ ପ୍ରମୁଖଙ୍କ ଦ୍ୱାରା ସଂଗୀତ ପରିବେଷଣ କରିଥଲେ । ପ୍ରତ୍ୟେକଦିନ କାର୍ଯ୍ୟକ୍ରମ ଶେଷରେ ଭକ୍ତବୃନ୍ଦଙ୍କୁ ମିଷ୍ଟାନ୍ନ ବଣ୍ଟନ , ଫଳ ବଣ୍ଟନ , ପ୍ରସାଦ ବଣ୍ଟନ କରାଯାଉଛି । ସମସ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ମଦନ ଗୋପାଳ ଦାସଜୀ ଏବଂ ବାବା ମଧୁସୁଦନ ଦାସ ପ୍ରମୁଖ ପରିଚାଳନା କରିଥଲେ । ଏହି ପାରାୟଣରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ।

hiranchal ad1
Leave A Reply

Your email address will not be published.

16 + nineteen =