ମାତୃ ଦିବସ ଅବସରରେ ବାଲୁକା କଳା

0 40

ପୁରୀ:ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ମାତୃ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ମା ଏବଂ ତାର ସନ୍ତାନର ଚିତ୍ରଣ କରିବା ସହିତ ସେ ସମସ୍ତ ଜନସମାଜକୁ ମା’ର ସର୍ତ୍ତଶୂନ୍ୟ ଭଲପାଇବାକୁ କେହି ନ ଭୁଲିବା ପାଇଁ ଅନୁରୋଧ କରିଛନ୍ତି ବାଲୁକା କଳା ମାଧ୍ୟମରେ । ମା ହିଁ ଏକ ମାତ୍ର ଭଗବାନଙ୍କ ସୁନ୍ଦର ପରିକଳ୍ପନା ଯିଏକି କୌଣସି ଆଶା ଅଭିଳାଷ ନ ରଖି ସନ୍ତାନକୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥରେ ଦେଇଚାଲିଛି ।
ତେଣୁ ଆମେ ସମସ୍ତେ ମା ଙ୍କୁ ଭଲପାଇବା ଦରକାର । କେବଳ ମାତୃ ଦିବସ ରେ ନୁହେଁ ନିଜ ବାସ୍ତବିକ ଜୀବନରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମାନ ଜଣାଇବା ଦରକାର । ଏହି ଭାବମୂର୍ତ୍ତି କୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ । ଏହି ବାଲୁକା ମୂର୍ତ୍ତିଟିକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୧୨ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି ଏବଂ ଏଥିରେ “HAPPY MOTHER’S DAY” ର ବାର୍ତ୍ତା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

sixteen + 8 =