ଆଇପିଏଲ ଛାଡି ଘରକୁ ଫେରିଲେ ହେଟମେୟର, ଜାଣନ୍ତୁ କାହିଁକି

0 160

ମୁମ୍ବାଇ : ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ ଜାରି ରଖିଥିବା ରାଜସ୍ଥାନ ରୟାଲ୍ସ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶିମ୍ରନ୍‌ ହେଟମିୟର ଆଗାମୀ କିଛି ମ୍ୟାଚ ଖେଳିପାରିବେ ନାହିଁ । କାରଣରୁ ତାଙ୍କ ପତ୍ନୀ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ଏହି ଶୁଭ ମୁହୂର୍ତ୍ତରେ ପତ୍ନୀ ଓ ପିଲାଙ୍କ ସହ ସମୟ ବିତାଇବା ପାଇଁ ହେଟମେୟର ସ୍ୱଦେଶ ଗମନ କରିଛନ୍ତି । ଫ୍ରାଞ୍ଚାଇଜ ସ୍ପଷ୍ଟ କରିଛି ହେଟମେୟର କିଛି ମ୍ୟାଚ୍‌ ପରେ ପୁଣି ଥରେ ଦଳରେ ଯୋଗ ଦେବେ ।
ଆରଆର ଫ୍ରାଞ୍ଚାଇଜ୍‌ ଏହାର ବିବୃତ୍ତିରେ କହିଛି, “ଶିମ୍ରନ୍‌ ହେଟମିୟର ଆଜି ତାଙ୍କର ପ୍ରଥମ ସନ୍ତାନର ଜନ୍ମ ପାଇଁ ଘରକୁ ଯାଉଛନ୍ତି । ଆମେ ତାଙ୍କୁ ସମସ୍ତ ସାହାଯ୍ୟ କରୁଛୁ ଏବଂ ଆମର ଶୁଭେଚ୍ଛା ତାଙ୍କ ଏବଂ ତାଙ୍କ ପତ୍ନୀ ନିର୍ବାଣଙ୍କ ସହ ଅଛି । ଆଶା କରୁଛି ଶିମ୍ରନ୍‌ ପୁନର୍ବାର ମୁମ୍ବାଇକୁ ଫେରିବେ ଏବଂ ଆଇପିଏଲ୍‌ ୨୦୨୨ ରେ ଅବଶିଷ୍ଟ ମ୍ୟାଚ୍‌ ପାଇଁ ପୁନର୍ବାର ରୟାଲ୍ସ ପାଇଁ ଖେଳିବେ । ଅଲ ଦ ବେଷ୍ଟ ହେଟି । ଆମେ ଏଥର ପିତା ଭାବରେ ତୁମକୁ ଫେରିବା ପାଇଁ ଅପେକ୍ଷା କରିଛୁ! “
ରାଜସ୍ଥାନ ରୟାଲ୍ସ ଶିମ୍ରନ୍‌ ହେଟମିୟର ମଧ୍ୟ କ୍ରମରେ ଭଲ ବ୍ୟାଟିଂ କରିବା ସହ ରନ ସ୍କୋର ଦ୍ରୁତ ଗତିରେ ବଢାଇବାରେ ସହାୟକ ହେଉଥିଲେ । ଏଭଳି ପରିସ୍ଥିତିରେ ପରବର୍ତ୍ତୀ ରାଜସ୍ଥାନ ଦଳ କେଉଁ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦେବ, ତାହା ମଧ୍ୟ ଦେଖିବାକୁ ବାକି ରହିଲା । ଦଳ ଏପର୍ଯ୍ୟନ୍ତ ୧୧ ଟି ମ୍ୟାଚ ମଧ୍ୟରୁ ୭ ଟି ଜିତିଛି । ଆଉ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ ଜିତିଲେ ଦଳର ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ରହିଛି ।

hiranchal ad1
Leave A Reply

Your email address will not be published.

five × 3 =