ଆକାଂକ୍ଷା ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ

0 112

ଗଜପତି,୨/୪- ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ପ୍ରଦାନ କରିଥିଲେ । ପରବର୍ତ୍ତୀମୁହୂର୍ତ୍ତ ରେ ପାରଳାଖମୁଣ୍ଡି ସ୍ଥିତ ୟୁଟେକ୍‌ କମ୍ପ୍ୟୁଟର କେନ୍ଦ୍ରରେ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ସଭାପତିତ୍ୱ ଆସନ ଅଳଙ୍କୃତ କରି ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଆକାଂକ୍ଷା ମହିଳା ସଂଗଠନର ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ୱାଗତ ଜଣାଇବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମହିଳା ବିଦ୍ୟାଳୟର ଅଧ୍ୟାପିକା ଡଃ.କଲ୍ୟାଣୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ସେବନିବୃତ ବ୍ୟାଙ୍କ୍‌ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ପାରଳାଖମୁଣ୍ଡିର ପୂର୍ବ ପୁରୁଷମାନଙ୍କର ଗୌରବ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଅନ୍ୟତମ ଅତିଥି ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ର ସମ୍ପାଦିକା ଶ୍ରୀମତୀ ରୀତା ଚୌଧୁରୀ, ୟୁଟେକ କମ୍ପ୍ୟୁଟର ସେଣ୍ଟରର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱତନ୍ତ୍ର ଉତ୍କଳ ଗଠନ ସଂପର୍କରେ ବୁଝାଇଥିଲେ । ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ ଉତ୍କଳ ସମ୍ମଳନୀର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ଶ୍ରୀ ତ୍ରୀପତି ପଣ୍ଡା ଛାତ୍ରଛାତ୍ରୀଙ୍କ ବହୁମୁଖୀ ବା ସାମଗ୍ରିକ ଶିକ୍ଷା ଉପରେ ବୁଝାଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ଗଜପତି ମହାରାଜାଙ୍କ ତ୍ୟାଗ ସମ୍ପର୍କରେ ବୁଝାଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ସଙ୍ଗୀତ ଗାନର ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ପାଞ୍ଚ ଜଣ ଛାତ୍ର ଛାତ୍ରୀ ଯଥା ସୁଧାମଣି ଲିମା, ସୀତା ଭୂୟାଁ, କଳ୍ପନା ନାଗବଂଶ ଓ ସୁଧିନ ମଣ୍ଡଳଙ୍କୁ ପ୍ରୋତ୍ସାହନ ରାଶି ସହିତ ପୁଷ୍ପ ଗୁଚ୍ଛ ଦେଇ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିଶୁକଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରମତୀ ଅଳକା ସାହୁ, ସଖୀ ଓନ୍‌ ଷ୍ଟପ ସେଣ୍ଟର୍‌ ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭଗ୍ୟଲକ୍ଷ୍ମି ନାୟକ, ପ୍ରଣତି ଦାସ, ମଞ୍ଜୁଳା ଚୌଧୁରୀ, ମୋହିନୀ ପ୍ରଧାନ, ଅନିତା ମିଶ୍ର, ଚାଇଲ୍ଡଲାଇନର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀ, ବୋମଲି ସୌଜନ୍ୟା, ଗଙ୍ଗା ଶବର ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ । ଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

20 − eighteen =