ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୈବିକ କୀଟନାଶକକୁ ନେଇ ସଚେତନତା

0 67

ପାରଳାଖେମୁଣ୍ଡି, ୩୦ ।୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ୪ର୍ଥ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜୈବିକ କୀଟନାଶକକୁ ନେଇ ସଚେତନତା ପ୍ରଦର୍ଶନ କରିଥିଲେ । ଗ୍ରାମର କୃଷକ ମାନଙ୍କୁ ଗ୍ରାମୀଣ କୃଷି ଅଭିଜ୍ଞତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ “ଜୀବ ଅମୃତ’ ନାମକ ଏହି ଜୈବିକ କୀଟନାଶକ ବ୍ୟବହାର ସମ୍ବନ୍ଧୀୟ ସଚେତନତା ପ୍ରଦର୍ଶନ କରିଥିଲେ । ଏହି କୀଟନାଶକ ୧୦ କେଜି ଗୋବର୍‌ , ୧୦ ଲିଟର ଗୋମୁତ୍ର, ୨ କେଜି ଗୁଡ ସହ କିଛିକାଂଶରେ ସ୍ଥାନୀୟ ମୃତ୍ତିକାକୁ ମିଶାଇ ତିନିଦିନ ରଖିବାସହ ଉଷୁମ କରିବା ପରେ ସଠିକ ପ୍ରଣାଳୀରେ ବ୍ୟବହାର କଲେ ଗଛତଳେ ଥିବା ମାଟି ଉର୍ବର ହେବାସହ ଗଛ ଶୀଘ୍ର ବଢ଼ିଥାଏ ବୋଲି ଛାତ୍ରୀମାନେ ଗ୍ରାମର କୃଷକମାନଙ୍କୁ ବୁଝାଇବା ସହ ଜୈବିକ ପ୍ରଣାଳୀର ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଭାଲା ସିରିଶା, ଜାନୀ ବୈସଲଖୀ, ପ୍ରବୀଣା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =